ରାଉରକେଲା : ୧୪ ବର୍ଷରୁ କମ ଶିଶୁଙ୍କୁ କାମରେ ଲଗାଇଲେ ଜେଲଦଣ୍ଡ ସହ ଜରିମାନା।। ଅୟୋଜିତ ହେଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା।

0 679

ରାଉରକେଲା : ୩୦/୬ (ସତ୍ୟାନ୍ୟୁଜ) ଶିଶୁ ମାନଙ୍କୁ କାମରେ ଲଗାଉଥିଲେ ସାବଧାନ। ଭୋଗି ପାରନ୍ତି ଜେଲ ଦଣ୍ଡ ସହ ଜରିମାନା। ଶିଶୁ ମାନଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ। ଏହି ସଚେତନତା ସୃଷ୍ଟି କରିବାକୁ ରାଉରକେଲାରେ ଅନୁଷ୍ଠିତ ହୋଇଯାଇଛି ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା। ଜିଲ୍ଲା ପ୍ରଶାସନ ଏବଂ ଶ୍ରମ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅୟୋଜନ କରା ଯାଇଥିଲା। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଯୁଗ୍ମ ଶ୍ରମ କମିଶନର , ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଅଧିକାରୀ ମାନେ ସଭାରେ ଉପସ୍ଥିତ ପ୍ରତିନିଧି ମାନଙ୍କୁ ଶିଶୁ ଶ୍ରମିକ ନିରାକରଣ ବାବଦରେ ସଚେତନ କରାଇଥିଲେ। ରାଉରକେଲା ହୋଟେଲ ଆସୋସିଏସନ ଅଧ୍ୟକ୍ଷ , ରାଉରକେଲା ବଣିକ ସଙ୍ଘ ଅଧ୍ୟକ୍ଷ ଏବଂ ବିଭିନ୍ନ ସଂସ୍ଥାର ପ୍ରତନିଧି ମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Leave A Reply

Your email address will not be published.