ବଣାଇ : ୩୦/୬ (ସତ୍ୟାନ୍ୟୁଜ) ବଣାଇଁ ଡିଭିଜନର ଧରଣୀଧର ପାଲି ସେକ୍ସନ ରେ ଚଳିତ ବର୍ଷର ପ୍ରଥମ ବନ ମହୋତ୍ସବର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଆମ୍ବ, ପଣସ, ଅଶ୍ବସ୍ତ , ବଟ ବୃକ୍ଷ, ପିଜୁଳି, ଅଁଳା, ଶିଶୁ ଏବଂ ବିଭିନ୍ନ ପ୍ରକାର ଫଳ ଚାରା ରୋପଣ କରାଯାଇଥିଲା। ପ୍ରାୟ ୫ ହଜାର ଗଛ ଲଗାଯିବାକୁ ଲକ୍ଷ ରଖାଯାଇଛି। ରାଉରକେଲା ଆରସିସିଏଫ ଡକ୍ଟର ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବଣାଇଁ ଡିଏଫଓ ଲଲିତ କୁମାର ପାତ୍ର, ବଣାଇଁ ଏସିଏଫ ସମିର ତିର୍କି, ଏସିଏଫ ସୁଶାନ୍ତ କୁମାର ଜେନା, ସ୍ଥାନୀୟ ସରପଞ୍ଚ ଉଗ୍ରସେନ କିସାନ,କୁଳିପୋଷ ରେଞ୍ଜର ମୁକ୍ତିକାନ୍ତ ପରିଡା, କୋଇଡ଼ା ରେଞ୍ଜର କାଜଲ ନାୟକ , ଗୁରୁଣ୍ଡିଆ ରେଞ୍ଜର ରଞ୍ଜନ କୁମାର ପାଣୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବନ ମହୋତ୍ସବ ବଣାଇଁ ରେଞ୍ଜର ମନୋଜ କୁମାର ପାତ୍ରଙ୍କ ତତ୍ବାବଧାନରେ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟର ଜ୍ଞାନ ରଞ୍ଜନ ମାହାନ୍ତି, ଫରେଷ୍ଟର ସଦାଶିବ ପାତ୍ର, ଧରଣୀଧର ସେକ୍ସନର ଫରେଷ୍ଟର ଖିରେଶ୍ବୋରୀ ବେହେରା ତଥା ବନ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଖାଦ୍ୟ ଅଭାବରୁ ହାତୀ ମାନେ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି। ଜଙ୍ଗଲରେ ଫଳ ଗଛ ଲଗାଗଲେ ହାତୀ ମାନେ ସେଇଠି ଖାଇ ରହିବେ ବୋଲି ଫଳ ଗଛ ରୋପଣକୁ ଅଗ୍ରାଧିକାର ଦିଆଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।