ରାଉରକେଲା : ୨୯/୬ (ସତ୍ୟାନ୍ୟୁଜ) ରାଉରକେଲା ଖୁଚୁରା ବଜ଼ାରରେ ଆଜି ଟମାଟୋ କେଜି ପ୍ରତି ୧୦୦ ଟଙ୍କା ଛୁଇଁଛି। ଗତକାଲି ପର୍ଯ୍ୟନ୍ତ ଟମାଟୋ ୮୦ ରୁ ୯୦ ଟଙ୍କା ଦରରେ ବିକ୍ରି ହେଉଥିଲା। କିନ୍ତୁ ଆଜି ହୋଲସେଲ୍ ବଜ଼ାରରେ ଟମାଟୋ ୭୦ ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ଏହି ସମସ୍ତ ଟମାଟୋ ଏବେ କର୍ଣ୍ଣାଟକ ରାଜ୍ୟରୁ ଆସୁଛି। ରାଉରକେଲା ସହରର ଆଖପାଖ ଅଞ୍ଚଳର ବିଶ୍ରା , ନୂଆଗାଁ , ଜରେଇକେଲା ଆଦି ଅଞ୍ଚଳରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଟମାଟୋ ଆସିଥାଏ। ଫଳରେ ଦାମ କମ ଥାଏ। ଅପ୍ରେଲ ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଟମାଟୋ କାର୍ଣ୍ଣାଟକରୁ ଆସିଥାଏ। ଜୁନ ମାସରେ ରେଟ୍ ଥାଏ ୩୦ ରୁ ୪୦ ଟଙ୍କା। ମାତ୍ର ଚଳିତ ବର୍ଷ ଆମଦାନୀ କମିଯିବାରୁ ଏପରି ସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି। ଲଗାତାର ବର୍ଷା ଯୋଗୁଁ ଏପରି ପରିସ୍ଥିତ ସୃଷ୍ଟି ହେଉଥିବା କୁହାଯାଉଛି। କେବଳ ରାଉରକେଲା ନୁହେଁ ରାଜ୍ୟର ସମସ୍ତ ସ୍ଥାନରେ ଟମାଟୋ ୧୦୦ ଟଙ୍କାରେ ପହଞ୍ଚିଲାଣି। ଟମାଟୋ ର ଏପ୍ରକାର ଦର ଆଉ ମାସେ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଉଛି।