ରାଉରକେଲା : କୋଇଡା ରେ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହି ମୃତ।। ଜଣେ ଗୁରୁତର।। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ।

0 571

ରାଉରକେଲା : ୨୯/୬ (ସତ୍ୟାନ୍ୟୁଜ) ବାହୁଡା ଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଚାଲି ଯାଇଛି। ଅନ୍ୟଜଣେ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ। ତିନି ଜଣ ସାଙ୍ଗ ବାହୁଡା ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ବାଇକ କୁ ଧକ୍କା ମାରିଥିଲା। ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ।
ମୃତକ ହେଲେ କୋଇଡା ବ୍ଲକ୍ ମାଲଦା ପଞ୍ଚାୟତ କଳମଙ୍ଗ ଗ୍ରାମର ଜଗଦିଶ ଦେହୁରୀ ଏବଂ ଅଜିତ ମୁଣ୍ଡା
ଆହତ ବିକ୍ରମ ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଣା ଯାଇଥିଲା। ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।
ସ୍ଥାନୀୟ ଲୋକମାନେ ମୃତକଙ୍କ ଶବକୁ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବି କରିଥିଲେ।

Leave A Reply

Your email address will not be published.