ରାଉରକେଲା : ଇଦ୍ ଉଲ୍ ଆଝା ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସାମୂହିକ ନମାଜ଼ ପାଠ।। ଇଦଗା ମୈଦାନ ନମାଜ଼ରେ ସାମିଲ ହେଲେ ଶ୍ରମ ମନ୍ତ୍ରୀ।

0 419

ରାଉରକେଲା : ୨୯/୬ (ସତ୍ୟାନ୍ୟୁଜ) ଶାନ୍ତି , ପ୍ରେମ , ଭାଇଚାରା ର ପର୍ବ
ଇଦ୍ ଉଲ୍ ଆଝା ରାଉରକେଲାରେ ଶାନ୍ତି ଶୃଙ୍ଖଳା ସହ ସମାହିତ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଇଦ୍ ପାଳନ କମିଟି ପକ୍ଷରୁ ସାମୁହିକ ନମାଜ଼ ପାଠର ଅୟୋଜନ କରାଯାଇଥିଲା। ପ୍ଲାଣ୍ଟସାଇଟ ରୋଡ଼ ନିକଟରେ ଥିବା ଇଦଗା ମଇଦାନରେ ଗୁରୁବାର ସକାଳେ ସାମୁହିକ ଭାବେ ଇଦ୍ ନମାଜ ପାଠ କରାଯାଇଥିଲା। ଇଦ୍ ର ଶୁଭେଛା ଦେବାକୁ ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ। ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମଧ୍ୟ ଇଦଗା ମଇଦାନ ଆସି ଇଦ୍ ଶୁଭେଚ୍ଛା ଜଣାଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଟ୍ରାଫିକ ବ୍ୟବସ୍ଥା ସହ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା। ରାଉରକେଲା ଏସ୍ ପି ମିତ୍ରଭାନୁ ମହାପାତ୍ରଏବଂ ବରିଷ୍ଠ ପୋଲିସ ଅଧିକାରୀ ମାନେ ଇଦଗା ମୈଦାନ ସ୍ଥଳରେ ଉପସ୍ଥିତ ଥିଲେ। ସାମୂହିକ ନମାଜ଼ ସହ ବିଭିନ୍ନ ମସଜିଦ୍ ରେ ମଧ୍ୟ ଇଦ୍ ନମାଜ଼ ପାଠ ହୋଇଥିଲା। ଇଦଗା ମୈଦାନ ବ୍ୟତୀତ ସହରରର ୧୫ ନମ୍ବର ସେକ୍ଟର , ପାନପୋଷ , ବନ୍ଧମୁଣ୍ଡା , ବିଶ୍ରା ଆଦି ସ୍ଥାନରେ ମଧ୍ୟ ଇଦ୍ ନମାଜ ପାଠ ହୋଇଥିଲା।

Leave A Reply

Your email address will not be published.