ମୟୁରଭଞ୍ଜ : ଜଶୀପୁର ଥାନା ଅଞ୍ଚଳରେ ପିଲା ଚୋର ସନ୍ଦେହରେ ଯୁବକକୁ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ।। ପୋଲିସ ତଦନ୍ତ ଜାରି।

0 397

ମୟୁରଭଞ୍ଜ : ୨୮/୬ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଛୁଆ ଚୋରି ଅଭିଯୋଗରେ ଜଣେ ଯୁବକକୁ ଲୋକମାନେ ନିର୍ଧୁମ ପିଟି ପୋଲିସକୁ ଜିମା ଦେଇଛନ୍ତି। ତେବେ ଏହି ପିଲା ଚୋର କବଳରୁ ଛୁଆକୁ ଉଦ୍ଧାର କରିବା ବେଳେ ଦ୍ରୁବୃତ୍ତର ଟାଙ୍ଗିଆ ଚୋଟରେ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ କେଣ୍ଡୁମୁଣ୍ଡି ଗାଆଁରେ। ଅଭିଯୁକ୍ତ ଯୁବକ ଜଣେ ପିଲାକୁ ନେଇ ପଳାଉଥିବା ବେଳେ ଗ୍ରାମବାସୀ ତାକୁ କାବୁ କରି ଦେଇଥିଲେ। ଛୁଆ ଚୋର ସନ୍ଦେହରେ ଉକ୍ତ ଯୁବକଙ୍କୁ ଗ୍ରାମବାସୀ ମାନେ ହାତ ଗୋଡ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ଖବର ପାଇ ଯଶୀପୁର ଥାନା ପୋଲିସ କେଣ୍ଡୁମୁଣ୍ଡି ଗ୍ରାମରେ ପହଁଞ୍ଚି ଛୁଆ ଚୋର ଉଦ୍ଧାର କରି ଥାନାକୁ ନେଇଯାଇଥିଲେ। ଉକ୍ତ ଅଭିଯୁକ୍ତ ନିକଟରୁ ଏକ ଲୁହା ରଡ଼,ଟାଙ୍ଗିଆ, ଚାବି ପେନ୍ଥା ଓ ଛୁରୀ ଜବତ କରା ଯାଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.