ଭୁବନେଶ୍ୱର : କୋଟିପତି ଓଏଏସ୍ ଅଫିସର ପ୍ରଶାନ୍ତ ରାଉତ ଚକିରୀରୁ ବିଦା ହେଲେ।। ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର।

0 541

ଭୁବନେଶ୍ୱର : ୨୭/୬ (ସତ୍ୟାନ୍ୟୁଜ) ନବରଙ୍ଗପୁର ଡେପୁଟି ଉପଜିଲ୍ଲାପାଳ କୋଟିପତି ଓଏଏସ୍‌ ଅଫିସର ପ୍ରଶାନ୍ତ କୁମାର ରାଉତ ଚାକିରିରୁ ବିଦା ହେଲେ। ରାଜ୍ୟ ସରକାର ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ। ପ୍ରଶାନ୍ତ ତାଙ୍କ ଆୟ ଠାରୁ ୫୦୬ ପ୍ରତିଶତ ଅଧିକ ସଂପତ୍ତି ଠୁଳ କରିଛନ୍ତି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା। ତାଙ୍କର ଆୟ ବହିର୍ଭୂତ ସଂପତ୍ତିର ମୂଲ୍ୟ ହେଉଛି ୫ କୋଟି ୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା ବୋଲି ଆକଳନ କରାଯାଇଛି।

ଗତ ୨୩ ତାରିଖରେ ଭିଜିଲାନ୍ସ ପ୍ରଶାନ୍ତଙ୍କ ଘରେ ଚଢ଼ାଉ କରିଥିଲା। ତାଙ୍କ ଭୁବନେଶ୍ୱର କାନନ ବିହାର ଏବଂ ନବରଙ୍ଗପୁର ସରକାରୀ ବାସଭବନରୁ କେବଳ ୩ କୋଟି ୨ଲକ୍ଷ ୩୦ହଜାର ୮୦୦ଟଙ୍କାର ନଗଦ ଜବତ କରାଯାଇଥିଲା।

ପ୍ରାଶାନ୍ତ ରାଉତଙ୍କର ଭୁବନେଶ୍ୱରର କାନନ ବିହାର ଅଂଚଳରେ ଏକ ଦୁଇ ମହଲା କୋଠା, କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ୪ଟି ମୂଲ୍ୟବାନ ପ୍ଲଟ୍ ଓ ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ୍ ରହିଛି। ଏହାଛଡା ତାଙ୍କର ୨ଟି ଚାରିଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ରହିଛି। ଏହି ତିନିଟି ଗାଡ଼ିର ମୂଲ୍ୟ ହେଉଛି ୩୭ ଲକ୍ଷ ଟଙ୍କା। ତାଙ୍କ ଠାରୁ ୨୭.୨୭ଲକ୍ଷ ଟଙ୍କାର ସୁନା-ରୁପା ଅଳଙ୍କାର ଓ ଘରୋଇ ଉପକରଣ ମଧ୍ୟ ଜବତ କରାଯାଇଛି। ସେହିଭଳି ତାଙ୍କର ବ୍ୟାଙ୍କ ଓ ବୀମା ଜମା ବାବଦକୁ ୯୨ ଲକ୍ଷ ୩୪ ହଜାର ଟଙ୍କା ରହିଛି। ସେଥିରୁ ୩୮ ଲକ୍ଷ ୬୪ ହଜାର ଟଙ୍କା ୨ଟି ବେନାମୀ ଏକାଉଣ୍ଟରେ ରହିଛି

ପ୍ରଶାନ୍ତ ରାଉତ ୨୦୧୮ ମସିହାରେ ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକ ବିଡିଓ ଥିବାବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ । ସେତେବେଳେ ପ୍ରଶାନ୍ତଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। କିନ୍ତୁ ୨୦୨୦ ଜାନୁୟାରୀ ମାସରେ ନିଲମ୍ବନ ହଟା ଯାଇଥିଲା । ପରେ ସେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ ।

Leave A Reply

Your email address will not be published.