ଲହୁଣୀପଡା : ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ମୃତ , ଜଣେ ଗୁରୁତର।। ଟିଂକୋ ଘାଟିରେ ଘଟିଛି ଦୁର୍ଘଟଣା।

0 773

ଲହୁଣୀପଡା : ୨୬/୬ (ସତ୍ୟାନ୍ୟୁଜ) ବଣାଇଁ ଉପଖଣ୍ଡ ଲହୁଣିପଡ଼ା ଥାନା ଅନ୍ତର୍ଗତ ଟିଙ୍କୋ ଘାଟିରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଟେନସା ପଟୁ ଏକ ବାଇକ ଯୋଗେ ଦୁଇ ଜଣ ଲହୁଣିପଡ଼ା ଆଡକୁ ଆସୁଥିବା ବେଳେ ଟିଂକୋ ଘାଟି ରାସ୍ତା ବୁଲାଣିରେ ବାଇକଟି ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସି ପଡିଥିଲା। ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଅବସ୍ଥାରେ ବଣାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ଯୁବକ ସୁରୁ ନାଏକ କୋଇଡ଼ା ର ହୋଇଥିବା ବେଳେ ଆହାତ ବ୍ୟକ୍ତି ଟେନସା ର ମୋନଜ ନାଏକ ବୋଲି ଜଣାପଡିଛି। ଖବର ପାଇ ଲହୁଣିପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.