ମୟୁରଭଞ୍ଜ : ଯାତ୍ରୀବାହୀ ବସ ଓଲଟି ୧୫ ଆହତ।। ଆହତ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି।

0 920

ମୟୁରଭଞ୍ଜ : ୨୭/୬ (ସତ୍ୟାନ୍ୟୁଜ) ଯାତ୍ରୀବାହୀ ବସ ଓଲଟି ପଡିବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆଜି ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଚନ୍ଦନେଶ୍ୱର ରୁ ବାରିପଦା ଆସୁଥିବା ଗୀତାଞ୍ଜଳୀ ବସ ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଗଲା ପରେ ଓଲଟି ପଡିଥିଲା।
ବାରିପଦା-ଅମର୍ଦ୍ଦାରୋଡ ରାସ୍ତାର ରଙ୍ଗାମାଟିଆ ନିକଟରେ ଘଟିଛି ଏହି ଦୁର୍ଘଟଣା । ମେଡିକାଲ କଲେଜ ବସ ରେ ଛାତ୍ରଛାତ୍ରୀଙ୍କ ସହାୟତାରେ ଆହତ ମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପଠାଯାଇଥିଲା । ଖବରପାଇ ଘଟଣାସ୍ଥଳରେ ପୁଲିସ ଏବଂ ଦମକଳବାହିନୀ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

Leave A Reply

Your email address will not be published.