ରାଉରକେଲା : ୨୬/୬ (ସତ୍ୟାନ୍ୟୁଜ) ଏକ ପାସେଞ୍ଜର ଅଟୋରେ ଡ୍ରଗ୍ସ ଚାଲାଣ ହେଉଥିବା ବେଳେ ବନ୍ଧମୁଣ୍ଡା ପୋଲିସ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଟୋ ଡ୍ରାଇଭର ଇମ୍ରାନ ଆଲମଙ୍କୁ ଆଜି କୋର୍ଟ ଚାଲାଣ କରଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ବନ୍ଧମୁଣ୍ଡା ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଡ୍ରଗ୍ସ ଚାଲାଣ ର ଖବର ପାଇ ବିଶ୍ରା-ବନ୍ଧମୁଣ୍ଡା ରୋଡ଼ ରେ ସତର୍କ ଦୃଷ୍ଟି ରଖିଥିଲେ। କପାଟମୁଣ୍ଡା ଛକ ନିକଟରେ ଅଟୋକୁ ପୋଲିସ ଅଟକାଇବା ସହ ୭୫.୭୮ ଗ୍ରାମ ହିରୋଇନ ଜବତ କରିଥିଲେ। ଜବତ ହିରୋଇନର ମୂଲ୍ୟ ୩ ଲକ୍ଷ ଟଙ୍କା ଆକଳନ କରାଯାଇଛି। ଅଟୋ ଡ୍ରାଇଭର କୁ ଗିରଫ କରିବା ସହ ଅଟୋକୁ ଜବତ କରାଯାଇଛି। ଗିରଫ ଅଟୋ ଡ୍ରାଇଭର ଇମ୍ରାନ ନିକଟରୁ ଡ୍ରଗ୍ସ ସହ ନଗଦ ୪ ହଜାର ୫୦୦ ଟଙ୍କା ଏବଂ ଏକ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଡ୍ରଗ୍ସ ଚାଲାଣ ର ମାଷ୍ଟର ମାଇଣ୍ଡ କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।