ରାଉରକେଲା : ଗିରଫ ହେଲେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ।। ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆଜି ହାଜର କରାଯିବ।

0 655

ରାଉରକେଲା/ସୁନ୍ଦରଗଡ : ୨୪/୬ (ସତ୍ୟାନ୍ୟୁଜ) ଶେଷରେ ଗିରଫ ହେଲେ
କୋଟିପତି ଓଏଏସ୍‌ ଅଧିକାରୀ। ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଗିରଫ ପରେ ଏବେ ତାଙ୍କୁ ସୁନ୍ଦରଗଡରେ ରଖାଯାଇଛି। ଆଜି ତାଙ୍କୁ ସୁନ୍ଦରଗଡି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ଏବେ ଯାଞ୍ଚ ଅଧିକାରୀ ଡ଼ିଏସପି ସୁଧାଂଶୁ ଶେଖର ପୂଜାରୀଙ୍କ ସହ ତାଙ୍କ ଟିମ୍ ଜବତ କାଗଜ ପତ୍ର , ବ୍ୟାଙ୍କ ପାସବୁକ ଆଦି ଯାଞ୍ଚ କରୁଛନ୍ତି। ଗତକାଲି ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ଘରୁ କେବଳ ୩ କୋଟି ରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ କରାଯାଇଥିଲା।

ପ୍ରଶାନ୍ତ ରାଉତଙ୍କର ଭୁବନେଶ୍ୱରର କାନନ ବିହାର ଅଂଚଳରେ ଏକ ବହୁତଳ କୋଠା, କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ୪ଟି ମୂଲ୍ୟବାନ ପ୍ଲଟ୍ ଓ ଉମରକୋଟରେ ଗୋଟିଏ ବେନାମୀ ପ୍ଲଟ୍ ରହିଛି। ତାଙ୍କର ୨ଟି ଚାରିଚକିଆ ଯାନ ରହିଛି। ତାଙ୍କ ଠାରୁ ୨୧ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ସେହିଭଳି ତାଙ୍କର ବ୍ୟାଙ୍କ ଓ ବୀମା ଜମା ବାବଦକୁ ୬୨ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଛି। ପ୍ରଶାନ୍ତ ରାଉତ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡିଓ ଥିବା ବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ।

Leave A Reply

Your email address will not be published.