ରାଉରକେଲା : ୫୨୦/୨୧୫ ନମ୍ବର ଜାତୀୟ ରାଜପଥର କେ ବଳଙ୍ଗ ନିକଟରେ ଟ୍ରକ-କାର ଧକ୍କା।। ୨ ମୃତ , ୪ ଗୁରୁତର।

0 8,588

ରାଉରକେଲା : ୨୪/୬ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ୨୧୫ ନମ୍ବର ଜାତୀୟ ରାଜପଥରେ ଶନିବାର ଅପରାହ୍ନରେ ଏକ ଦୁର୍ଘଟଣାରେ ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି। ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ସ୍ଥାନାନ୍ତର କରାଯାଉଛି। ଦୁର୍ଘଟଣା ଘଟିଛି ଲହୁଣୀପଡା ଥାନା ଅନ୍ତର୍ଗତ ସୁଖାବନ୍ଧ ନିକଟ ୨୧୫ ନମ୍ବର ଜାତୀୟ ରାଜପଥରେ। ଅନୁଗୁଳ ଜିଲ୍ଲା ଖମାର ଅଞ୍ଚଳରୁ ବୈବାହିକ କାମରେ ଯୋଗ ଦେବାକୁ ୬ ଜଣ ଏକ କାରରେ
କେ ବଳଙ୍ଗ ଆସୁଥିଲେ। ସାମନା ପଟୁ ଆସୁଥିବା ଏକ ଟ୍ରକ କାରକୁ ପିଟି ଦେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୪ ଜଣ ଗୁରୁତର ଆହତ ହୋଇଥିଲେ। ଡ୍ରାଇଭର ଟ୍ରକ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.