ବିରମିତ୍ରପୁର : ବିରମିତ୍ରପୁରରେ ଏକ ନିଆରା ବିବାହ।। ବର ଦୃଷ୍ଟିହୀନ କୁ କନ୍ୟା ମଧ୍ୟ ଦୃଷ୍ଟିହୀନ।। ରୀତିନୀତି ଅନୁସାରେ ମନ୍ଦିରରେ ବିବାହ।
ରାଉରକେଲା : ୨୪/୬ (ସତ୍ୟାନ୍ୟୁଜ) କୁହାଯାଏ ବିବାହ ସ୍ଵର୍ଗରେ ଠିକ ହୋଇଥାଏ। ଏହା ସତ ଜନ୍ମର ବନ୍ଧନ।ଏପରି କଥାର ଯଥାର୍ଥତା ଦେଖିବାକୁ ମିଳିଛି ବିରମିତ୍ରପୁରରେ। ବର ଦୃଷ୍ଟିହୀନ କୁ କନିଆ ମଧ୍ୟ ଦୃଷ୍ଟି ହୀନ। କିନ୍ତୁ ଉଭୟଙ୍କ ବାହାଘର ହୋଇଛି ବିରମିତ୍ରପୁର ମା ମଙ୍ଗଳା ମନ୍ଦିରରେ। କନ୍ୟା ବିରମିତ୍ରପୁର ର ହୋଇଥିବା ବେଳେ ବର ମଧ୍ୟ ପ୍ରଦେଶର। ପିତୃ ମାତୃ ହୀନ ଏହି ଦୃଷ୍ଟିହୀନ କନ୍ୟା ନିଜ ସମ୍ପର୍କୀୟଙ୍କ ପାଖରେ ରହି ବଢି ଥିଲେ। ବର ମଧ୍ୟପ୍ରଦେଶରେ ଦୃଷ୍ଟିହୀନ ସ୍କୁଲରେ ପାଠ ପଢି କମ୍ପୁଟର ଶିକ୍ଷା ଲାଭ କରିଥିଲେ। କୌଣସି ସୂତ୍ରରୁ ଯୋଗାଯୋଗ ହୋଇ ଉଭୟଙ୍କ ବିବାହ ହୋଇଛି।
କନ୍ୟାଘର ଗରିବ ହୋଇଥିବାରୁ ଏହି ବିବାହ ବ୍ୟବସ୍ଥା ସ୍ଥାନୀୟ ଲୋକମାନେ ମନ୍ଦିରରେ କରାଇଥିଲେ। ରୀତିନୀତି ସହ ଭୋଜି ଭାତରେ ବିବାହ ସମ୍ପନ ହୋଇଥିଲା। ଉଭୟ ବରପକ୍ଷ ଏବଂ କନ୍ୟାପକ୍ଷ ବେଶ ଖୁସି ଥିଲେ।
ବିରମିତ୍ରପୁରରେ ଏହି ନିଆରା ବାହାଘର ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିବାହରେ ସ୍ଥାନୀୟ ଲୋକଙ୍କ ସହଯୋଗ କୁ ସମସ୍ତେ ପ୍ରଶଂସା କରିଛନ୍ତି।