ସୁନ୍ଦରଗଡ଼ : ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଜି ଏସ୍ ଟି ଏନଫୋର୍ସମେଣ୍ଟ ବିଭାଗର ଚଢ଼ାଉ।। ବିଭିନ୍ନ କାଗଜପତ୍ର ସହ ଦସ୍ତାବିଜ ଜବତ।
ସୁନ୍ଦରଗଡ଼ : ୨୩/୬ ( ସତ୍ୟାନ୍ୟୁଜ ) ସୁନ୍ଦରଗଡ଼ ଟାଉନ ଥାନା ପତ୍ରାପାଲି ଛକ ନିକଟରେ ଥିବା ଦାସ ଟାଇଲସ ଏବଂ ମାର୍ବଲ ଦୋକାନରେ ଟ୍ୟାକ୍ସ ଫାଙ୍କି ଅଭିଯୋଗ ରେ ଜି ଏସ୍ ଟି ବିଭାଗ ଏନଫର୍ସମେଣ୍ଟ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ସମୟରେ ଏହି ବ୍ୟବସାୟିକ ପ୍ରତିଷ୍ଠାନରର କାଗଜ ପତ୍ର ଏବଂ ଦସ୍ତାବିଜ ଯାଞ୍ଚ କରାଯାଇଥିଲା। ଝାରସୁଗୁଡ଼ା ଜି ଏସ୍ ଟି ଏନଫୋର୍ସମେଣ୍ଟ ବିଭାଗ ଡେପୁଟି କମିଶନର ସତୀଶ ଜାଲ ଙ୍କ ନେତୃତ୍ବ ରେ ଏକ ଟିମ୍ ଏହି ଚଢ଼ାଉ କରିଥିଲା । କେତେ ପରିମାଣ ର ଟିକସ ଫାଙ୍କି ହୋଇଛି ତାହା ଯାଞ୍ଚ ସମ୍ପୂର୍ଣ ହେଲା ପରେ ଜଣା ପଡିବ ବୋଲି କହିଛନ୍ତି ଡେପୁଟି କମିଶନର ସତୀଶ ଜାଲ କହିଛନ୍ତି।