ରାଉରକେଲା : ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ।। ରାଉରକେଲା ରେଳ ଷ୍ଟେସନ ଅଞ୍ଚଳରୁ ଜବତ।। ୨ ଗିରଫ।

0 762

ରାଉରକେଲା : ୨୧/୬ (ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନରୁ ଜବତ ହୋଇଛି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୁଲ୍ୟର ବ୍ରାଉନ ସୁଗର। ଡ୍ରଗ୍ସ କାରବାର କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଛି। ବୁଧବାର ଦିନ ଆରପିଏଫ୍ ପକ୍ଷରୁ ଯାଞ୍ଚ କରାଯାଉଥିବା ବେଳେ ରେଳ ଷ୍ଟେସନ କାର ପାର୍କିଂ ଏରିଆରୁ ଏହି ଦୁଇଜଣ ଅଭିଯୁକ୍ତ ରାଜୀବ ବେହେରା ଏବଂ ଅଙ୍କୁଶ ଭଗତ ଙ୍କୁ ଗିରଫ କରାଯାଇଥିଲା। ଉଭୟ ଝାରସୁଗୁଡାରୁ ଏହି ବ୍ରାଉନ ସୁଗର ଆଣିଥିଲେ। ଏ ବାବଦରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରଜ୍ଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.