ରାଉରକେଲା : ଅନ୍ତର୍ଜାତିକ ଯୋଗ ଦିବସ ପାଳିତ।। ଉଦିତନଗର ପ୍ୟାରେଡ଼ ଗ୍ରାଉଣ୍ଡରେ ସାମୁହିକ ଯୋଗାଭ୍ୟାସ।

0 390

ରାଉରକେଲା : ୨୧/୬ (ସତ୍ୟାନ୍ୟୁଜ) ଆଜି ବିଶ୍ୱ ବ୍ୟାପି ପାଳନ କରାଯାଉଛି ‘ଆନ୍ତର୍ଜାତିକ ଯୋଗ ଦିବସ’। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ସମଗ୍ର ପୃଥିବୀକୁ ଏକ କୁଟୁମ୍ବ ପରି ଗଢି ତୋଳିବାକୁ ଯୋଗ’। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି , ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଯୋଗାଭ୍ୟାସର ଉପଦେୟତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ୨୦୧୫ ମସିହାରୁ ପ୍ରତିବର୍ଷ ଯୋଗ ଦିବସ ପାଳନ ହୋଇ ଆସୁଛି।
ଆଜି ସକାଳୁ ରାଉରକେଲାର ଉଦିତନଗର ପ୍ୟାରେଡ଼ ଗ୍ରାଉଣ୍ଡ ରେ ସାମୁହିକ ଯୋଗାଭ୍ୟାସର ଅୟୋଜନ କରାଯାଇଥିଲା। କ୍ରୀଡ଼ାବିତଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକମାନେ ଏହି ଯୋଗାଭ୍ୟାସ ଶିବିରରେ ଯୋଗ ଦେଇଥିଲେ। ଛୋଟ ଛୋଟ ପିଲା ମାନଙ୍କର ସୁନ୍ଦର ଯୋଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ରାଉରକେଲା ମହାନଗର ନିଗମ କମିଶନର ଡକ୍ଟର ଶୁଭଙ୍କର ମହାପାତ୍ର ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉଦିତନଗର ପ୍ୟାରେଡ଼ ପଡିଆ ବ୍ୟତୀତ ସହରର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଅନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି।

Leave A Reply

Your email address will not be published.