ରାଉରକେଲା : ୨୦/୬ (ସତ୍ୟାନ୍ୟୁଜ) ରାଜ୍ଯ ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି I ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ରେ ମଧ୍ୟ ଅନୁରୂପ ଭାବେ ଗ୍ରୀଷ୍ମ ଲହରି ଜାରି ରହିଛି I ଏହାକୁ ଦୃଷ୍ଟିରେ ରେ ରଖି ଜିଲ୍ଲାପାଳ ଡା. ପରାଗ ଗଭାଲି ଜିଲ୍ଲା ର ସମସ୍ତ ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ତଥା ସମସ୍ତ ଘରୋଇ ବିଦ୍ୟାଳୟ ଗୁଡ଼ିକ ଜୁନ ୨୩ ତାରିଖ ରୁ ଖୋଲା ଯିବାକୁ ନିଷ୍ପତ୍ତି ନେଇଛନ୍ତି I ଜୁନ ୨୩ ରୁ ଜୁନ ୨୫ ସକାଳ ୬ ଟା ୩୦ ଘଟିକା ରୁ ସକାଳ ୧୦ ଘଟିକା ପର୍ଯ୍ୟନ୍ତ ସ୍କୁଲ ଚାଲିବ I ସେହିଭଳି ଜୁନ ୨୬ ତାରିଖ ରୁ ଦିନ ସ୍କୁଲ ଚାଲିବାକୁ ନିଷ୍ପତ୍ତି ନିଆଯାଇଅଛି I ପୁନଶ୍ଚ ଯଦି ଏହି କାର୍ଯ୍ୟସୂଚୀ ରେ କୌଣସି ପରିବର୍ତ୍ତନ ଅଣାଯାଏ ତେବେ ତାହା ଆବଶ୍ୟକ ସମୟ ମଧ୍ୟରେ ସୂଚନା ଦିଆଯିବ ବୋଲି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ I