ରାଉରକେଲା ସେକ୍ଟର ୫ ସ୍କୁଲ ନିକଟରୁ ମିଳିଥିବା ଯୁବକଙ୍କ ଶବ ଚିହ୍ନଟ ।ହତ୍ୟାକାରୀ ଯୁବକ ଥାନାରେ ଅଟକ ।

0 1,340

ରାଉରକେଲା ଦୀପିକା ଇଂଲିଶ ମିଡ଼ିଅମ ସ୍କୁଲ ନିକଟ ବୁଦା ରୁ ଶୁକ୍ରବାର ଦିନ ସକାଳୁ ମିଳିଥିବା ଯୁବକଙ୍କ ମୃତ ଦେହ ଚିହ୍ନଟ ହୋଇଛି । ତଣ୍ଟି କାଟି ହତ୍ୟା କରାଯାଇଥିବା ଏହି ଯୁବକ ଙ୍କ ଘର ମହିମା ଆଶ୍ରମ ବସ୍ତିରେ ଏବଂ ତାଙ୍କ ନାମ ମନୋରଞ୍ଜନ ନାଗ । ଉକ୍ତ ବସ୍ତି ର ଜଣେ ଯୁବକଙ୍କ ଶାଳୀଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଉକ୍ତ ଯୁବକ ମନୋରଞ୍ଜନ ଙ୍କୁ ହତ୍ୟା କରିଥିବା କହିଛନ୍ତି ମନୋରଞ୍ଜନ ର ମା । ଶରୀରର ଗଳା ବ୍ୟତୀତ ଅନ୍ୟ ସ୍ଥାନରେ ଗଭୀର କ୍ଷତ ଚିହ୍ନ ଥିବାରୁ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକ ସମ୍ପୃକ୍ତ ଥିବା ସନ୍ଦେହ ପ୍ରକାଶ ପାଇଛି ।

ପୋଲିସ ମହିମା ଆଶ୍ରମ ବସ୍ତିର ଜଣେ ଯୁବକଙ୍କୁ ଥାନା କୁ ଆଣି ଅଟକ ରଖିବା ସଙ୍ଗେ ସଙ୍ଗେ ପଚରା ଉଚୁରା କରୁଛନ୍ତି । କେଉଁ ପରିପ୍ରେକ୍ଷୀରେ ମନୋରଞ୍ଜନ ଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଗଲା ସେ ଦିଗରେ ପୋଲିସ ତଦନ୍ତ କରୁଛି ।

ସୂଚନାଯୋଗ୍ୟ ଯେ ଆଜି ସକାଳେ ପାଞ୍ଚ ନମ୍ବର ସେକ୍ଟର ସ୍ଥିତ ଦୀପିକା ଇଂଲିଶ ମିଡ଼ିଅମ ସ୍କୁଲ ନିକଟରୁ ମନୋରଞ୍ଜନ ଙ୍କ କ୍ଷତ ବିକ୍ଷତ ଶବ ମିଳିଥିଲା । ସାତ ନମ୍ବର ସେକ୍ଟର ଥାନା ପୋଲିସ ଏହି ହତ୍ୟାକଣ୍ଡର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.