ରାଉରକେଲା : ବଣାଇ ଅଞ୍ଚଳକୁ ପୁଣି ଫେରିଲା ଦନ୍ତା।। ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଯାଉଛି।

0 699

ବଣାଇ : ୧୮/୬ (ସତ୍ୟାନ୍ୟୁଜ) କିଛି ଦିନ ବିରତି ପରେ ବଣାଇ ଅଞ୍ଚଳକୁ ପୁଣି ଫେରିଲା ଦନ୍ତା ହାତୀ। ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ବିଭିନ୍ନ ଗ୍ରାମରେ କିଛି ଦିନ ହେଲା ଏକ ଗୋଠଛଡା ଦନ୍ତା ଲୋକଙ୍କୁ ନକେଦାମ କରି ଦେଇଥିଲା। ବନ ବିଭାଗ ବହୁ କଷ୍ଟରେ ଏହି ଦନ୍ତାକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇ ଦେଇଥିଲେ। ଏହି ହାତୀଟି କିଛି ଦିନ ପୂର୍ବରୁ ଖାଦ୍ୟ ଅନ୍ୱେଷଣରେ ବଣାଇ ରେଞ୍ଜର ବିଭିନ୍ନ ଗ୍ରାମରେ ପଶି ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ଦେଉଥିଲା । ବନ ବିଭାଗ ହାତୀକୁ ଘଉଡ଼ାଇ ଦେଇଥିଲେ। ଏବେ ଏହି ଦନ୍ତା ହାତୀଟି ଦେବଗଡ଼ ପଟୁ ଆସି ଜମିର ପୋଷ, କନ୍ତସାରା ଅଞ୍ଚଳରେ କେତେକ ଘର ଭାଙ୍ଗି ଦେଇଛି। ପରେ ଧାରିଣୀଧର ପାଲି ଦେଇ ବଣାଇ ସହରକୁ ପଶି ଆସିଥିଲା। ବନ ବିଭାଗ ପକ୍ଷରୁ ହାତୀଟି କୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.