ରାଉରକେଲା : ତିନିଦିନ ଧରି ଚାଲିଥିବା ରଜ ପର୍ବ ଶେଷ।। ବିଦେଶରେ ରଜ ପର୍ବ ମନାଇଲେ ବହାରିନ୍ ଓଡ଼ିଆ ସମାଜ।

0 368

ରାଉରକେଲା : ୧୭/୬ (ସତ୍ୟାନ୍ୟୁଜ) ତିନିଦିନ ଧରି ଚାଲିଥିବା ରଜ ପର୍ବ ଶେଷ ହୋଇଛି। ଓଡ଼ିଶାର ଏହି ଗଣପର୍ବ କେଵଳ ଆମ ରାଜ୍ୟରେ ପାଳନ କରାଯାଉନାହିଁ ବରଂ ବିଦେଶରେ ରହୁଥିବା ଓଡ଼ିଆ ମାନେ ମଧ୍ୟ ଜାକଜମକ ରେ ପାଳନ କରୁଛନ୍ତି। ବାହାରିନ୍ ଓଡିଆ ସମାଜ ସଦସ୍ୟମାନେ ଡଃ ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ରଜ ପର୍ବ ବଡ ଉତ୍ସାହ ସହକାରେ ପାଳନ କରିଥିଲେ ।
ସମସ୍ତ ସଦସ୍ୟଙ୍କୁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଓଡିଆ ଖାଦ୍ୟ ଏବଂ ଫଳ ପରିବେଷଣ କରାଯାଇଥିଲା | ପରିଶେଷରେ ସମସ୍ତେ ରଜ ପାନର ମଧ୍ୟ ଆନନ୍ଦ ନେଇଥିଲେ।
ଓଡିଆ ମହିଳାମାନେ ପାରମ୍ପରିକ ରଜ ନୃତ୍ୟ ପରିବେଷଣ କରିଥିଲେ ଏବଂ ସମସ୍ତେ ପାରମ୍ପରିକ ଓଡିଆ ପୋଷାକ ପିନ୍ଧିଥିଲେ |
ପାରମ୍ପରିକ ଭାବେ ଦୋଳି ଖେଳିବା ପାଇଁ ଏକ ସୁସଜ୍ଜିତ ରଜ ଦୋଳି ପ୍ରସ୍ତୁତ କରାଯାଇଥିଲା | ପୁରୁଷମାନେ ତାସ୍ ଖେଳି ରଜ ପର୍ବର ଆନନ୍ଦ ନେଇଥିଲେ।
ବହୁତ ଖୁସି ଏବଂ ଆଡମ୍ବର ସହିତ ୩ ଦିନ ଜାରି ରହିଥିବା ରଜ ପର୍ବ କାର୍ଯ୍ୟକ୍ରମ ଆଜି ଶେଷ ଶୁକ୍ରବାର ଦିନ ଶେଷ ହୋଇଥିଲା।

ରଜ ପର୍ବ ପାଳନର ଶେଷ ଦିନରେ ସମସ୍ତେ ମହାପ୍ରଭୂ ଜଗନ୍ନାଥଙ୍କୁ ସମସ୍ତଙ୍କ ସୁଖ ଏବଂ ବିଶ୍ୱ କଲ୍ୟାଣ ପାଇଁ ପ୍ରାର୍ଥନା କଲେ |

Leave A Reply

Your email address will not be published.