ରାଉରକେଲା : ୧୬/୬ (ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ କଲୋନୀ ଷ୍ଟେଟ ବ୍ୟାଙ୍କ ଏ ଟି ଏମ୍ ନିକଟରେ ଏକ କାର ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ବାଇକ ଆରୋହୀଙ୍କ ମୁଣ୍ଡରେ ଆଘାତ ଲାଗିଛି ଏବଂ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ବାଇକ ଆରୋହୀଙ୍କୁ ଧକ୍କା ଦେବା ପୂର୍ବରୁ ଉକ୍ତ କାର ଅନ୍ୟ କୌଣସି ସ୍ଥାନରେ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଛି। କାର ର ସମ୍ମୁଖ ଭାଗ ଯେଉଁ ପ୍ରକାର କ୍ଷତିଗ୍ରସ୍ତ ହୋଇଛି ତାହା ଏଥିରୁ ସ୍ପଷ୍ଟ ହେଉଛି। ଦୁର୍ଘଟଣା ଗ୍ରସ୍ତ କାର ପଶ୍ଚିମବଙ୍ଗ ରେ ପଞ୍ଜିକରଣ ହୋଇଛି। କାରର ଡ୍ରାଇଭର ସମ୍ପୂର୍ଣ୍ଣ ନିଶାଗ୍ରସ୍ତ ଅବସ୍ଥାରେ ଅଛି। ଅତ୍ୟଧିକ ମଦ୍ୟପାନ କରିଥିବାରୁ ସେ କିଛି କହି ପାରୁନାହିଁ। ପୋଲିସ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛନ୍ତି।