କରଞ୍ଜିଆ : ଶିକାରୀଙ୍କ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ।। ମେ ମାସରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଥିଲା।

0 486

ମୟୁରଭଞ୍ଜ : ୧୭/୬ (ସତ୍ୟାନ୍ୟୁଜ) ଫରେଷ୍ଟ ଗାର୍ଡ ବିମଳ ଜେନା ଙ୍କ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇବା ଘଟଣା ଏପର୍ଯ୍ୟନ୍ତ ଜନ ମାନସରୁ ଯାଇନାହିଁ। ଏହି ସମୟରେ ଶିକାରୀଙ୍କ ଗୁଳିରେ ପୁଣି ଜଣେ ବନ କର୍ମଚାରୀଙ୍କ ଜୀବନ ଚାଲିଯାଇଛି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ। ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଛି। ମୃତ ଫରେଷ୍ଟରଙ୍କ ନାଁ ମାଟି ହାଁସଦା। ସେ ବାରାହକାମୁଡ଼ାର ଫରେଷ୍ଟର ଥିଲେ।

ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଛି। ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ମୋଟ ୫ ରୁ ୬ ଜଣ ଶିକାରୀ ଥିଲେ। ସେମାନଙ୍କ ହାତରେ ବନ୍ଧୁକ ଥିଲା। ଶିକାରୀମାନଙ୍କୁ କାବୁ କରିବାକୁ ବନକର୍ମଚାରୀମାନେ ପ୍ରୟାସ କରିଥିଲେ। ସେତେବେଳେ ସେମାନଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏପରିକି ଗୁଳିବିନିମୟ ମଧ୍ୟ ହୋଇଥିଲା। ଆଉ ସେତେବେଳେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ଘଟିଥିଲା।
ଗୁଳି ତାଙ୍କ ଛାତିରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରେ ଉତ୍ତର ଶିମିଳିପାଳର ଉପନିର୍ଦେଶକ ସାଈ କିରଣ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଓ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଗତ ମେ’ ୨୨ ତାରିଖରେ ଶିକାରୀଙ୍କ ଗୁଳିରେ ଶିମିଳିପାଳର ନଅଣା ସାଉଥ୍ ରେଞ୍ଜର ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କର ମୃତ୍ୟୁ ଘଟିଥିଲା

Leave A Reply

Your email address will not be published.