ରାଉରକେଲା : ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ପାଇଁ ପ୍ଲାଣ୍ଟସାଇଟ ଥାନାରେ ପ୍ରସ୍ତୁତି ବୈଠକ।। ବିଭିନ୍ନ କମିଟିର ସଦସ୍ୟଙ୍କ ସହ ପୋଲିସର ଆଲୋଚନା।
ରାଉରକେଲା : ୧୬/୬ (ସତ୍ୟାନ୍ୟୁଜ) ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ପାଇଁ ଶୁକ୍ରବାର ଦିନ ରାଉରକେଲା ପ୍ଲାଣ୍ଟସାଇଟ ଥାନାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ବୈଠକରେ ବିଭିନ୍ନ ରଥଯାତ୍ରା କମିଟିର ସଦସ୍ୟ , ରାଉରକେଲା ଇଣ୍ଟିଗ୍ରେସନ ଫୋରମର ସଦସ୍ୟ ଏବଂ ବିଭିନ୍ନ ସମ୍ପ୍ରଦାୟର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଜୋନ୍ ଡି ଏସ୍ ପି ଅନୀଲ ପ୍ରଧାନ , ପ୍ଲାଣ୍ଟସାଇଟ ଥାନା ଇନିସ୍ପେକ୍ଟର ସନ୍ତୋଷ କୁମାର ଜେନା , ଉଦିତନଗର ଥାନା ଇନିସ୍ପେକ୍ଟର ରବୀନ୍ଦ୍ର କୁମାର ପାତ୍ର ପ୍ରମୁଖ ବିଭିନ୍ନ ରଥଯାତ୍ରା କମିଟିର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ବିଦ୍ୟୁତ ବିଭାଗ ସହ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ଲାଗି ପୋଲିସ ପକ୍ଷରୁ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରା ଯାଇଥିଲା।