ରାଉରକେଲା : ୧୬/୬ (ସତ୍ୟାନ୍ୟୁଜ ) ଆଜି ଶେଷ ରଜ। ଦୁଇଦିନ ଧରି ଦୋଳି ଖେଳ ସହ ପିଠାପଣା ମହକରେ ପୁରପଲ୍ଲୀ , ସହର ବଜ଼ାର ବେଶ ଚଳଚଞ୍ଚଳ ଥିଲା। ଆଜି ଶେଷ ଦିନରେ ମଧ୍ୟ ଦୋଳି ଖେଳ ସହ ବିଭିନ୍ନ ପ୍ରତିଯୋଗିତା ମାନ ଅୟୋଜନ କରାଯାଇଛି। ରାଉରକେଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଜ ପର୍ବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ହେଉଛି। ଦୋଳି ଖେଳ , ପିଠାପଣା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଯୋଗିତା ହେଉଛି। ଝିଅ , ବୋହୁ ମାନଙ୍କ ମଧ୍ୟରେ ଅଳତା , ମେହେନ୍ଦୀ ଲଗାଇବା ପ୍ରତିଯୋଗିତା ସହ ପାନ ଭଙ୍ଗା ପ୍ରତିଯୋଗିତାର ମଧ୍ୟ ଅୟୋଜନ କରାଯାଇଛି। ଏହା ସହ ତାସ , ଲୁଡୁ , କ୍ୟାରମ ଖେଳ ପ୍ରତଯୋଗୀତା ମଧ୍ୟ କରାଯାଉଛି। ରଜପର୍ବ ଉପଲକ୍ଷେ ପାନ୍ଥ ନିବାସରେ ବିଭିନ୍ନ କାର୍ଯ୍ୟକ୍ରମ ସହ ପାରମ୍ପରିକ ପିଠାପଣା ହୋଇଥିବା ବେଳେ ଦୋଳି ଖେଳର ଅୟୋଜନ କରାଯାଇଛି। ଅନ୍ୟ କେତକ ଅନୁଷ୍ଠାନ ପକ୍ଷରୁ ‘ରଜ ପରୀ’ ପ୍ରତିଯୋଗିତା କରାଯାଉଛି। ଆଜି ସନ୍ଧ୍ୟାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ।