ରାଜଗାଙ୍ଗପୁର : ଜୁଆ ଖେଳ ଚାଲିଥିବା ବେଳେ ପୋଲିସର ଚଢ଼ାଉ।। ୫୨ ଜଣ ଗିରଫ।। ୫୫ଟି ବାଇକ , ଗୋଟିଏ କାର ନଗଦ ୩୩ ହଜାର ଟଙ୍କା ଜବତ।
ରାଜଗାଙ୍ଗପୁର : ୧୬/୬ (ସତ୍ୟାନ୍ୟୁଜ) ଏକ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ୫୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୋଲିସ ନଗଦ ୩୩ ହଜାର ଟଙ୍କା , ୪୮ ଟି ମୋବାଇଲ ଫୋନ ଜବତ କରିଛି। ଘଟଣା ସ୍ଥଳରୁ ପୋଲିସ ୫୫ଟି ଦୁଇ ଚକିଆ ଯାନ ଏବଂ ଗୋଟିଏ କାର ମଧ୍ୟ ଜବତ କରିଛନ୍ତି। ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଡୁଡୁକାବାହାଲ ଠାରେ କୁକୁଡ଼ା ଲଢେ଼ଇ ମାଧ୍ୟମରେ ଏହି ଜୁଆ ଖେଳ ଚାଲିଥିଲା। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।