ରାଉରକେଲା : ହିନ୍ଦୀ କାବ୍ୟ ଜଗତର ବିଶିଷ୍ଟ କବି ତଥା ସମାଜ ସେବୀ ଶ୍ୟାମ ସୋମାନୀଙ୍କ ପରଲୋକ।। ବେଦବ୍ୟାସ ଘାଟରେ ଶେଷକୃତ୍ୟ ସମ୍ପନ୍ନ।
ରାଉରକେଲା : ୧୫/୬ (ସତ୍ୟାନ୍ୟୁଜ) ସୁପ୍ରସିଦ୍ଧ ହିନ୍ଦୀ କବି, ଗାୟକ , ବିଶିଷ୍ଠ ବ୍ୟବସାୟୀ ତଥା ସମାଜସେବୀ ଶ୍ଯାମ ସୋମାନୀଙ୍କ ଆଜି ରାଉରକେଲା ଠାରେ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ବହୁଦିନ ଧରି ଅସୁସ୍ଥ ଥିଲେ। ଗୁରୁବାର ସକାଳେ ସିଭିଲ୍ ଟାଉନସିପ୍ ସ୍ଥିତ ସି-୭ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ସ୍ବର୍ଗତ ସୋମାନୀଙ୍କ ସିଭିଲ୍ ଟାଉନସିପ୍ ସ୍ଥିତ ବାସଭବନରୁ ଅନ୍ତିମ ଯାତ୍ରା ସମୟରେ ରାଉରକେଲା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତା , ବହୁ ଅନୁଷ୍ଠାନର ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ ପାଇଁ ସିଭିଲ ଟାଉନଶିପ ସ୍ଥିତ ବାସଭବନରେ ପହଞ୍ଚିଥିଲେ। ସ୍ବର୍ଗତ ସୋମାନୀ ସହରର ବହୁ ସଂସ୍ଥା ସହ ଜଡିତ ଥିଲେ। ରାଉରକେଲା ବଣିକ ସଙ୍ଘ , ରାଜସ୍ଥାନ ପରିଷଦ ସେ କର୍ମକର୍ତ୍ତା ମଧ୍ୟ ଥିଲେ। ରାଉରକେଲା ଚେମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ସୁନୀଲ କୟାଲ , ସମ୍ପାଦକ ପ୍ରଭାତ ଟେକରିଵାଲ, ଗୁରମିତ୍ ସିଂହ, ସନ୍ତୋଷ ପାରିଖ, ଗୋପାଲ ବାଗିଡିଆ, ଗୋପୀ ଖେମାନୀ, ଦିଲ୍ଲୀପ ଶର୍ମା, ମନୋଜ ଅଗ୍ରୱାଲ, ପୂର୍ବତନ ଅଧ୍ଯକ୍ଷ ମାଙ୍ଗୀଲାଲ ବୋଥରା, ବିନୋଦ ନରେଡି, ତରୁଣ ମାଲାନୀ, ଅନୀଲ ସୋମାନୀ ଆନନ୍ଦ ବାଂଗଡ଼, ରମେଶ ଚଣ୍ଡକ, ରାଜୁ ଚଣ୍ଡକ , ବେନୀ ଗୋପାଲ ମାଲନୀ, ସଂକଳ୍ପ ସଂସ୍ଥାନର ଡାକ୍ତର ମଧୁସୂଦନ ସାହା, ଶ୍ରବଣ ପାରିଖ, ସୁରଭୀ ବେରା, କେ କେ ପ୍ରଜପତି, ଉମେଶ କୋଠାରୀ, ଦୀନଦୟାଲ ଅଗ୍ରୱାଲ, ଡାକ୍ତର ସୁଶୀଲ ଦାହିମ, ବିନୋଦ ମହଂତା ସମେତ ବହୁ ଲୋକ ଉପସ୍ଥିତ ଥିଲେ। ଶ୍ୟାମ ସୋମାନୀଙ୍କ ପୁତ୍ର ସଞ୍ଜୟ ସୋମାନୀ ମୁଖାଗ୍ନୀ ଦେଇଥିଲେ। ବେଦବ୍ଯାସ ଘାଟରେ ସୋମାନୀଙ୍କ ଶେଷ କୃତ୍ଯରେ ବହୁ ଜନସମାଗମ ହୋଇଥିଲା।