ରାଇରଙ୍ଗପୁର : ୧୫/୬ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଆଜି ରଜ ସଂକ୍ରାନ୍ତି। ରଜ ପାଇଁ ଓଡ଼ିଶାର ପୁରପଲ୍ଲୀ ଆଜି ଉତ୍ସବ ମୁଖର। ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହର ମହିଳା କଲେଜ ନିକଟ ବଣସାହିରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରଜ ଉପଲକ୍ଷେ ସଜବାଜ ହୋଇ ଝିଅ,ବୋହୂ ମାନେ ଆନନ୍ଦ ମନରେ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା । କେତେକ ସ୍ଥାନରେ ଝିଅ ମାନେ ରଜ ଗୀତଗାଇ ଦୋଳି ଖେଳୁଥିବାର ଦେଖିବାକୁ ମିଳିଥିଲା। ଘରେ ଘରେ ପିଠାପଣାର ମହକ ବାରି ହେଉଛି। ରଜ ଉପଲକ୍ଷେ ନୂଆ ଶାଢ଼ୀ , କପଡା , ଡ୍ରେସ କିଣିବାକୁ ଦୋକାନ ମାନଙ୍କରେ ଭିଡ ଦେଖାଯାଉଛି।
ଲୋକମାନେ ନିଜନିଜ ମଧ୍ୟରେ ଥିବା ବାଦବିବାଦକୁ ଭୁଲି ଭାଇଚାରା ସହ ସାଙ୍ଗସାଥୀ ମେଳରେ ସମୟ ବିତାଉଛନ୍ତି। ଗାଁରେ ଗଛରେ ଦୋଳି ଖେଳ ଚାଲିଥିବା ବେଳେ ସହରରେ ପାର୍କରେ ଝିଅ ମାନଙ୍କର ଭିଡ ଲାଗି ରହିଥିଲା ।