ରାଉରକେଲା/ବିରମିତ୍ରପୁର : ଏସିଆ କପ ଚମ୍ପିୟନ ଭାରତୀୟ ଜୁନିୟର ହକି ଦଳ ଖେଳାଳିଙ୍କୁ ସମ୍ବର୍ଦ୍ଧନା।। ଓମାନ ଠାରେ ପାକିସ୍ଥାନକୁ ହରାଇ ଚମ୍ପିୟନ ହୋଇଥିଲେ।

0 690

ରାଉରକେଲା/ବିରମିତ୍ରପୁର : ୧୪/୬ (ସତ୍ୟାନ୍ୟୁଜ) ଓମାନ ଠାରେ ଅନୁଷ୍ଠିତ ହୋଥିବା ହକି ଜୁନିୟର ଏସିଆ କପରେ ଭାରତୀୟ ହକି ଦଳ ଚମ୍ପିଅନ ହୋଇ ଫେରିବା ପରେ ଖେଳାଳି ମାନଙ୍କୁ ସମ୍ମାନିତ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ୩ ଜଣ ଖେଳାଳି ଭାରତୀୟ ହକି ଦଳରେ ସାମିଲ ଥିଲେ। ଅମନ ଲାକ୍ରା , ଅମିତ ଚିକାଓ ଏବଂ ସୁମିତ ଲାକ୍ରା। ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ କୁଆରମୁଣ୍ଡା ବ୍ଲକର ଝୁରମୁର ଗ୍ରାମର ସୁମିତ ଲାକ୍ରା ମଙ୍ଗଳବାର ଦିନ ତାଙ୍କ ଗ୍ରାମରେ ପହଁଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ନୃତ୍ୟ ଗୀତ ସହ ବାଜା ବଜାଇ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିରମିତ୍ରପୁର ପୌରପାଳିକାର ଅଧ୍ୟକ୍ଷ ସନ୍ଦୀପ ମିଶ୍ରା ଏହି ସମ୍ବର୍ଦ୍ଧନା ସମାରୋହରେ ଯୋଗ ଦେଇଥିଲେ। ଭବିଷ୍ୟତରେ ଭାରତୀୟ ହକି ଦଳର ସିନିଅର ଟିମ୍ ଖେଳିବାର ଲକ୍ଷ ରଖିଥିବା ସୁମିତ କହିଛନ୍ତି।

Leave A Reply

Your email address will not be published.