ରାଉରକେଲା : ହକି ସ୍ମାରକୀ ପ୍ରତିମୂର୍ତ୍ତି ଭାଙ୍ଗି ପଡିବା ଘଟଣାର ଭିନ୍ନ ମୋଡ।। ଜିଲ୍ଲାପାଳଙ୍କ ଘଟଣାସ୍ଥଳ ପରିଦର୍ଶନ।। ଥାନାରେ ଏତେଲା।

0 812

ରାଉରକେଲା : ୧୩/୬ ( ସତ୍ୟାନ୍ୟୁଜ) ରାଉରକେଲାରେ ହକି ବିଶ୍ୱକପର ସ୍ମାରକୀ , ହକି ଖେଳାଳିଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ପଡିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି।
୬ ମାସ ତଳେ ସ୍ଥାପନ କରାଯାଇଥିବା ଏହି ୪୦ ଫୁଟ୍ ର ପ୍ରତିମୂର୍ତ୍ତି ସାମାନ୍ୟ ପବନରେ ଭାଙ୍ଗି ପଡ଼ିବାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି
କରିଛି। ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ସୁନ୍ଦରଗଡ ଜିଲ୍ଲାପାଳ ପରାଗ ଗଭାଲି ରାଉରକେଲା
ଏରୋଡ୍ରମ ପଛପଟେ ଥିବା ପ୍ରତିମୂର୍ତ୍ତି ସ୍ଥଳ ଯାଇ ବୁଲି ଯାଞ୍ଚ କରିଛନ୍ତି । ତାଙ୍କ ସାଙ୍ଗରେ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଥିଲେ। ମୂର୍ତ୍ତି ଭାଙ୍ଗି ପଡିବାରେ କୌଣସି ଦ୍ରୁବୃତ୍ତଙ୍କ ହାତ ଥିବା ହୃଦୟଙ୍ଗମ କରି ଏ ବାବଦରେ ଛେଣ୍ଡ ଥାନାରେ ଏତେଲା ଦିଆଯାଇଛି। ମାତ୍ର ଏହି ଯୁକ୍ତି କୁ ବିଭିନ୍ନ ମହଲରେ ଗ୍ରହଣ କରାଯାଇ ପାରୁନାହିଁ। ବିଜେପି ଏବଂ କଂଗ୍ରେସ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ବିଜେପି ପକ୍ଷରୁ ରାଉରକେଲା ସ୍ମାର୍ଟ ସିଟି ସିଇଓ ଏବଂ ରାଉରକେଲା ମହାନଗର ନିଗମ ଡେପୁଟି କମିଶନରଙ୍କୁ ଦେଖାକରି କାର୍ଯ୍ୟାନୁଷ୍ଠାନ ପାଇଁ ସ୍ମାରକପତ୍ର ଦିଆଯାଇଛି।

Leave A Reply

Your email address will not be published.