ରାଉରକେଲା : ପୋଲିସକୁ ଅଧିକ ଲୋକାଭିମୁଖୀ କରାଯିବ।। ସହରକୁ ଡ୍ରଗ୍ସ , ବେଆଇନ ସ୍କ୍ର।ଫ କାରବାର , ଚୋରି , ଛିନ୍ନତାଇ ମୁକ୍ତ କରାଯିବା ଲାଗି ଉଦ୍ୟମ କରାଯିବ। – ଏସ୍ ପି

0 425

ରାଉରକେଲା : ୧୩/୬ (ସତ୍ୟାନ୍ୟୁଜ)
‘ ରାଉରକେଲା ପୋଲିସକୁ ଅଧକ ଲୋକାଭିମୁଖୀ କରାଯିବ। ଏହାସହ ଡ୍ରଗ୍ସ ଏବଂ ବେଆଇନ ସ୍କ୍ର।ପ କାରବାର ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗା ଯିବାକୁ ଉଦ୍ୟମ କରାଯିବ ବୋଲି ରାଉରକେଲା ଏସ୍ ପି ମିତ୍ରଭାନୁ ମହାପାତ୍ର କହିଛନ୍ତି। ସୋମବାର ସନ୍ଧ୍ୟାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ପୋଲିସ ମୁଖ୍ୟାଳୟରେ ଏକ ଅନୌପଚାରିକ ଆଲୋଚନା ବେଳେ ଏସପି ଏହି କଥା କହିଛନ୍ତି। ‘ ସହରରେ ଛୋଟ ମୋଟ ଚୋରି ଏବଂ ଛିନ୍ନତାଇ ବୃଦ୍ଧି ପାଇଥିବାରୁ ଏହା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବାକୁ ଯୋଜନା କରାଯାଇଛି। ଏହାଛଡା ବରିଷ୍ଠ ନାଗରିକଙ୍କୁ ସେବା ଯୋଗାଇଦେବାକୁ ପ୍ରତି ଥାନାରେ ସ୍ୱତନ୍ତ୍ର କକ୍ଷ ଖୋଲା ଯାଇଛି। ଲୋକମାନଙ୍କ ମଧ୍ୟରେ ପୋଲିସ ପ୍ରତି ଥିବା ନକରାତ୍ମକ ମନୋଭାବକୁ ଦୂର କରିବାକୁ ପୋଲିସ ସିଷ୍ଟମକୁ ଏକ ସେବା ଭାବେ ନିୟୋଜିତ କରାଯିବ ବୋଲି
ଏସ୍ ପି କହିଛନ୍ତି। ଏହି ଆଲୋଚନାରେ ଅତିରିକ୍ତ ଏସ୍ ପି ବିକ୍ରମ କେଶରୀ ଭୋଇଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.