ରାଉରକେଲା : ୧୩/୬ (ସତ୍ୟାନ୍ୟୁଜ) ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ବିରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁରରେ। ମଙ୍ଗଳବାର ସକାଳେ ଘଟିଛି ଏହି ଦୁର୍ଘଟଣା। ବିହାରର ଆରା ରୁ ଝାରସୁଗୁଡା ଯାଉଥିବା ଏକ ବସ ରାଣୀ ସତୀ ମନ୍ଦିର ନିକଟରେ ଟ୍ରକ ସହ ପିଟି ହୋଇ ଯାଇଥିଲା। ଫଳରେ ବସରେ ଥିବା ଯାତ୍ରୀ ମାନେ ଆହତ ହୋଇଥିଲେ। ଦୁର୍ଘଟଣା ଯୋଗୁଁ ୧୪୩ ଜାତୀୟ ରାଜପଥରେ ଟ୍ରାଫିକ ଜାମ ଯୋଗୁଁ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ପହଞ୍ଚି ରାସ୍ତା କ୍ଲିଅର କଲା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରୁଛି।