ରାଉରକେଲା: ଏନ୍ ଆଇ ଟି ପୁରାତନ ଛାତ୍ର ସଂଘର ଆଲୋଚନା ଚକ୍ର ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 596

ରାଉରକେଲା : ୧୨/୬ (ସତ୍ୟାନ୍ୟୁଜ) ଏନଆଇଟି ପୁରାତନ ଛାତ୍ରସଂଘ(ନିଟ୍ରା) ରାଉରକେଲା ଶାଖା ଆନୁକୂଲ୍ୟରେ ଦୀପ୍ତି ହୋଟେଲ ଠାରେ ଆଲୋଚନାଚକ୍ର ଓ ବଂଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଟ୍ରା ର ଅଧ୍ୟକ୍ଷ ଇଂ ବିମଳ କୁମାର ବିଶି ଙ୍କ ସଭାପତିତ୍ବରେ ଧି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମାଗଦର୍ଶକ ଭାରତ ଭୂଷଣ ମହାନ୍ତି ଏବଂ ଉପାଧ୍ୟକ୍ଷ ସୁଧାଂଶୁ ପ୍ରଧାନ ମଞ୍ଚ ସଂଯୋଜନା କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୯୬୮ ବ୍ୟାଚ ର ସ୍ନାତକ ତଥା ଏଲଆଣ୍ଡଟି ର ପ୍ରାକ୍ତନ ମହାପ୍ରବନ୍ଧକ ଇଂ ବାବାଜୀ ଚରଣ ସାହୁ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଥିଲେ। ‘ ଚିନ୍ତା ଶୂନ୍ୟ, ଚାପ ଶୂନ୍ୟ ଓ ଶାନ୍ତିପୂର୍ଣ୍ଣ ଜୀବନ ଯାପନ ‘ ସଂପର୍କରେ ଶ୍ରୀ ସାହୁ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଛାତ୍ରସଂଘ ର ସଭାପତି ତଥା ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ସରୋଜ ପଟେଲ ଓ ଆରଏସପି ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଇଂ ସାହୁ ଙ୍କ ପୁସ୍ତକ “ଦୁଃଖରୁ ମୁକ୍ତି “କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପୁସ୍ତକଟି ସଂପ୍ରତି ଆମାଜନ ଓ ଫ୍ଲିପକାଟ ମାଧ୍ୟମରେ ଉପଲବ୍ଧ ଅଛି । ଇଞ୍ଜିନିୟର ସାହୁଙ୍କ ପୁସ୍ତକ ଉପରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଙ୍କ ପ୍ରେରିତ ଶୁଭେଚ୍ଛା ବାର୍ତ୍ତା ଓ ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କ ଇସ୍ପାତ ଶିଳ୍ପ ସହ ଏନଆଇଟି ର ସହଯୋଗରେ ରାଷ୍ଟ୍ରର ବିକାଶ ସଂପର୍କୀତ ବାର୍ତ୍ତା ପଠନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟକ୍ଷ ବିମଳ ବିଶି ସ୍ବାଗତ ଭାଷଣ ରଖିଥିବା ବେଳେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିସହ ନିଟ୍ରା ରାଉରକେଲା, ମାରୱାଡି ଯୁବମଞ୍ଚ ଓ ଆନ୍ତର୍ଜାତିୟ ମାନବ ଅଧିକାର ସୁନ୍ଦରଗଡ ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ ଆଇଜିଏଚ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୩୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମ ଅବସରରେ ଏସପି ଶ୍ରୀ ମହାପାତ୍ର, ‘ପ୍ରତିକ୍ଷା’ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ, କ୍ରୀଡାବିତ୍ ଅଶୋକ ବିଶ୍ବାଳ ଓ ଆନନ୍ଦ ଏକ୍କା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ଶ୍ରୀ ମ୍ୟୁଜିକାଲ ଗୃପର ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାକ୍ତନ ଛାତ୍ର ଆଶିଷ ପ୍ରଧାନ, ସୌମେନ୍ଦ୍ର ପୃଷ୍ଟି, ଆନନ୍ଦ ଏକ୍କା, ଅଜିତ ପୂଜାରୀ,ସୁଧାଂଶୁ ଶେଖର ପ୍ରଧାନ, ପୁନମ ରାଓ ଓ ଅନ୍ୟମାନେ ସଙ୍ଗୀତ ପରିବେଷଣ କରିଥିବାବେଳେ ନାଗେଶ କୁମାର ସାକ୍ସୋଫୋନ, ବିବେକ ମିଶ୍ର ମାଉଥ ଅର୍ଗାନ ବଜାଇଥିଲେ। ଏହି କାର୍ଯ୍ୟକ୍ରମକୁ ଅତିଥି ମାନଙ୍କ ସହ ନିଟ୍ରାର ସଦସ୍ୟ ତଥା ଦେଶ ଓ ବିଦେଶରୁ ଆସିଥିବା ପ୍ରାକ୍ତନ ଛାତ୍ର ଓ ସେମାନଙ୍କ ପରିବାରବର୍ଗ ମନଭରି ଉପଭୋଗ କରିବା ସହ ସୁସ୍ବାଦୁ ଖାଦ୍ୟର ଭରପୁର ମଜା ନେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଦୀପ୍ତି ହୋଟେଲର ମାଲିକ ତଥା ପ୍ରାକ୍ତନ ଛାତ୍ର ଦିବ୍ୟ ପଟେଲ, ବିମଳେନ୍ଦୁ ସାଦୁଆଲ, ସଂପାଦକ ଅନୁପ ଅଗ୍ରୱାଲ, କୋଷାଧ୍ୟକ୍ଷ ରାହୁଲ ଅଗ୍ରୱାଲ, ଅସୀମ ସାବତ, ପ୍ରାକ୍ତନ ପୂର୍ବାଞ୍ଚଳ ଉପସଭାପତି କୁମାର ବେହେରା ଓ ଡଃ ଶକ୍ତି ପ୍ରସାଦ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟକ୍ଷ ଶ୍ରୀ ବିଶି ସମସ୍ତଙ୍କୁଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.