ରାଉରକେଲା : ଗଳି ପଡ଼ିଲା ହକି ବିଶ୍ୱକପ ୨୦୨୩ ସ୍ମାରକୀ ଷ୍ଟେଚ୍ୟୁ।। ଦୁର୍ନୀତି ହୋଇଥିବା ଅଭିଯୋଗ।। ଉଚ୍ଚସ୍ତରୀୟ ତଦନ୍ତ ଦାବି।
ରାଉରକେଲା : ୧୧/୬ (ସତ୍ୟାନ୍ୟୁଜ) ହକି ବିଶ୍ୱକପ ୨୦୨୩ ର ସ୍ମାରକୀ ସ୍ୱରୂପ ରାଉରକେଲା ଏରୋଡ୍ରମ ନିକଟରେ ବସା ଯାଇଥିଲା ହକି ଖେଳାଳିଙ୍କ ଏକ ବିଶାଳକାୟ ଷ୍ଟେଚ୍ୟୁ। ଏହି ଏରିଆକୁ ବହୁତ ସୁନ୍ଦର ଭାବେ ସଜା ଯାଇଥିବାରୁ ଏହା ସେଲ୍ଫି ପଏଣ୍ଟ ହୋଇଯାଇଥିଲା। ତେବେ ରବିବାର ଦିନ ଏହି ଷ୍ଟେଚ୍ୟୁ ସାମାନ୍ୟ ପବନରେ ଗଳି ପଡିଛି। ନିମ୍ନ ମାନର କାମ ହୋଇଥିବାରୁ ଏପ୍ରକାର ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ପ୍ରତିମୂର୍ତ୍ତି ଟି ମୂଳରୁ ମୋଡି ହୋଇ ପଡିଯାଇଛି। ପେଡାଷ୍ଟଲ ସହ ପ୍ରତିମୂର୍ତ୍ତି ଧରି ରଖିଥିବା ଲୁହରଡ଼ ବଙ୍କା ହୋଇଯାଇଛି। ପ୍ରତିମୂର୍ତ୍ତି ସ୍ଥାପନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବିଭିନ୍ନ ରାଜନୈତିକ ଦଳ।