ରାଉରକେଲା : ଟ୍ରକ- ବାଇକ ମଧ୍ୟରେ ଧକ୍କା।। ଜଣେ ମୃତ ଜଣେ ଗୁରୁତର।। ୧୪୩ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା।

0 2,071

ରାଉରକେଲା : ୧୧/୬ (ସତ୍ୟାନ୍ୟୁଜ) ରାଜାମୁଣ୍ଡା-ରାଉରକେଲା ୧୪୩ ନମ୍ବର ଜାତୀୟ ରାଜପଥରେ ରବିବାର ଦିନ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସପିଟାଲ ପଠାଯାଇଛି। ଏହି ଦୁଘଟଣା ଲହୁଣୀପଡା ଥାନା ଅନ୍ତର୍ଗତ ଠିଆବେର୍ଣ୍ଣା ଠାରେ ଘଟିଛି। ବାଇକରେ ଦୁଇଜଣ ଯାଇଥିବା ବେଳେ ଟ୍ରକ ସହ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରତର ଅଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.