ରାଉରକେଲା : ଆସନ୍ତାକାଲି ଠାରୁ ୧୩ତମ ହକି ଇଣ୍ଡିଆ ଜାତୀୟ ହକି ଚମ୍ପିୟାନଶିପ।। ଜୁନ ୧୨ ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ।

0 245

ରାଉରକେଲା : ୧୧/୬ (ସତ୍ୟାନ୍ୟୁଜ) ପୁଣି ଚଳ ଚଞ୍ଚଳ ହୋଇ ଉଠିବ ରାଉରକେଲା ବିର୍ସ। ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିଅମ। ଆସନ୍ତାକାଲି ଠାରୁ ଆରମ୍ଭ ହେବ ୧୩ତମ ହକି ଇଣ୍ଡିଆ ଜାତୀୟ କନିଷ୍ଠ ହକି ଚମ୍ପିୟନଶିପ। ରାଉରକେଲା ବିର୍ସ। ମୁଣ୍ଡା ହକି ଷ୍ଟାଡିଆମରେ ଏହି ଚମ୍ପିୟନଶିପ ହେବ। ଓଡିଶା କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରାଳୟ ତଥା ହକି ଓଡିଶା ଅନୁକୂଲ୍ୟରେ ଏହି ଜାତୀୟ ପ୍ରତଯୋଗୀତା ହେବ। ଜୁନ ୧୨ ତାରିଖରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିବ। ଏଥିପାଇଁ ଷ୍ଟାଡିଅମରେ ସବୁ ପ୍ରକାର ପ୍ରସ୍ତୁତି ସରିଛି। ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ , ଛତିଶଗଡ଼ , ମଣିପୁର , ତ୍ରିପୁରା , ଝାରଖଣ୍ଡ , ଗୁଜରାଟ , ଓଡ଼ିଶା ଆଦି ରାଜ୍ୟର ହକି ଦଳ ଏହି ପ୍ରତିଯୋଗୀତାରେ ଭାଗନେବେ। ଜୁନ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ଖେଳ ହେବାକୁ ଥିବା ବେଳେ ଜୁନ ୨୭ ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ମହିଳା ହକି ଦଳର ପ୍ରତିଯୋଗିତା ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.