ରାଉରକେଲା : ବରଯାତ୍ରୀ ବସ ଓଲଟି ଜଣେ ମୃତ , ୩ ଗୁରୁତର।। ଗୁରୁତର ଜେପି ହସପିଟାଲରେ ଭର୍ତ୍ତି।। ଗୁରୁଣ୍ଡିଆ ଥାନା ପଙ୍କଡ଼ିହିରେ ବସ ଓଲଟି ପଡିଥିଲା

0 1,451

ରାଉରକେଲା : ୯/୬ ( ସତ୍ୟାନ୍ୟୁଜ) ବରଯାତ୍ରୀ ଯାଉଥିବା ବେଳେ ବସ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ରାଉରକେଲା ଜେପି ହସପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ଏହି ଘଟଣା ଘଟିଛି। ଲାଠିକଟା ଗ୍ରାମ ପଞ୍ଚାୟତ ମୁଣ୍ଡାଜୋର ରୁ ଗୁରୁଣ୍ଡିଆ ଥାନାର ପଙ୍କଡ଼ିହି କୁ ଏକ ବରଯାତ୍ରୀ ଦଳ ଯାଉଥିଲେ। ଯାଉଥିବା ‘ସିଲିକନ’ ବସ ରେ ସମୁଦାୟ ୪୦ ଜଣ ଯାତ୍ରୀ ଥିଲେ। ପଙ୍କଡ଼ିହି ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା। ବସରେ ଥିବା ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ରାଉରକେଲା ସରକାରୀ ହସପିଟାଲ ଅଣାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ୩ ଜଣଙ୍କୁ ଜେପି ହସପିଟାଲ ସ୍ଥାନାନ୍ତର କରା ଯାଇଥିଲା। ଆହତ ମାନେ ହେଲେ ମନୋଜ କୁଲୁ ,ବିରସା ମୁଣ୍ଡା ଏବଂ ସାଲମୀ ମୁଣ୍ଡା। ସାମାନ୍ୟ ଆହତ ମାନଙ୍କୁ ନିଜ ନିଜ ଗ୍ରାମକୁ ପଠାଇ ଦିଆ ଯାଇଛି। ମୁଣ୍ଡାଜୋର ପଞ୍ଚାୟତ ସମିତି ସଦସ୍ୟ ଟିକେଶ୍ୱର ସିଂ ଆହତ ମାନଙ୍କୁ ହସପିଟାଲ ପଠାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଛନ୍ତି।

Leave A Reply

Your email address will not be published.