ରାଉରକେଲା : ୯/୬ (ସତ୍ୟାନ୍ୟୁଜ) ମିଳିତ ଅମଲା ସଂଘର ଆନ୍ଦୋଳନ ନଅ ଦିନରେ ପହଁଚିଛି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନ ଚାଲିଛି। ରାଉରକେଲା ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅମଲା ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି। ସମୂହ ଛୁଟି ନେଇ ମିଳିତ ଅମଲା ମଞ୍ଚ କର୍ମଚାରି ମାନେ ଧାରଣାରେ ବସିଥିବାରୁ ସାଧାରଣ ଲୋକଙ୍କ କାର୍ଯ୍ୟ ପ୍ରଭାବିତ ହୋଇଛି। ସେଥିପାଇଁ ମଞ୍ଚ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି।
ରାଜ୍ୟ ସରକାର ୨୦୧୭ ମସିହାରୁ ଅମଲା ମାନଙ୍କ ପ୍ରବେଶିକା ଯୋଗ୍ୟତାକୁ ସ୍ମାତକ ସହିତ କମ୍ପ୍ୟୁଟର ଜ୍ଞାନକୁ ବୃଦ୍ଧି କରିଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କ ଦରମା ବୃଦ୍ଧିକୁ ନେଇ ପାତର ଅତର ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରଛି ମଞ୍ଚ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ମିଳିତ ଅମଲା ମଞ୍ଚ ପକ୍ଷରୁ କୁହାଯାଇଛି।