ରାଉରକେଲା : ରାଉରକେଲାରେ ଚାଞ୍ଚଲ୍ୟ ପାଞ୍ଚ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରି ବାପା ଫେରାର।। ପୋଲିସ ତଦନ୍ତ ଜାରି।

0 646

ରାଉରକେଲା : ୧୦/୬ (ସତ୍ୟାନ୍ୟୁଜ) ରାଉରକେଲା ଉଦିତନଗର ଥାନା ଅଞ୍ଚଳରେ ଏକ ଜଘନ୍ୟ ଘଟଣା ଘଟି ଯାଇଛି। ନିଜର ୫ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରି ତାର ବାପା ଘରେ ଟାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। ହତ୍ୟା କରିବା ପରେ ବାପା ରାଜୁ ଲାକ୍ରା ଫେରାର ହୋଇଯାଇଛି। ହତ୍ୟାକାଣ୍ଡର କାରଣ ଜଣାପଡି ନଥିଲେ ମଧ୍ୟ ଘରୋଇ କଳହ କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.