ରାଉରକେଲା : ରଥଯାତ୍ରା ପାଳନ ପାଇଁ ପ୍ରଶାସନ ଏବଂ ବିଭିନ୍ନ ଜଗନ୍ନାଥ ମନ୍ଦିର କମିଟିର ପ୍ରସ୍ତୁତି ବୈଠକ।। ସୂଚାରୁ ରୂପେ ରଥଯାତ୍ରା ସମ୍ପନ୍ନ ପାଇଁ ଆଲୋଚନା।
ରାଉରକେଲା : ୮/୬ (ସତ୍ୟାନ୍ୟୁଜ) ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସୂଚାରୁ ରୂପେ ସମ୍ପନ୍ନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଉଦିତନଗର ଆଇ ଟି ଡି ଏ ହଲ୍ ରେ ଅୟୋଜିତ ଏହି ବୈଠକରେ ବିଭିନ୍ନ ଜଗନ୍ନାଥ ମନ୍ଦିର କମିଟିର କର୍ମକର୍ତ୍ତା ମାନେ ଯୋଗଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ଏଡିଏମ ଡକ୍ତର ଶୁଭଙ୍କର ମହାପାତ୍ର , ଏସପି ମିତ୍ରଭାନୁ ମହାପାତ୍ର , ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ , ଡି ଏଫ ଓ ଜସୱନ୍ତ ସେଠି , ଅତିରିକ୍ତ ଏସପି ବିକ୍ରମ କେଶରୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨୦ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହା ପୂର୍ବରୁ ସହରର ବିଭିନ୍ନ ରାସ୍ତା ମରାମତି ସହ ଓଭରହେଡ କେଵଲ ସମସ୍ୟାର ସମାଧାନ ଲାଗି କମିଟି ସଦସ୍ୟ ମାନେ ପ୍ରଶାସନଙ୍କୁ ଅନୁରୋଧ କରିଥିଲେ। ଆସିଥିବା ପ୍ରସ୍ତାବ ଏବଂ ସମସ୍ୟା ଗୁଡିକର ସମାଧାନ କରିବାକୁ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।