ସୁନ୍ଦରଗଡ଼ : ଗ୍ରାମ୍ୟ ଉନ୍ନୟନ ବିଭାଗର କୋଟିପତି ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ଗିରଫ।। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ।

0 1,210

ସୁନ୍ଦରଗଡ଼ : ୭/୬ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ସହକାରୀ ଯନ୍ତ୍ରୀ। ସଞ୍ଜୟ ବେହେରା ତାଙ୍କ ଆୟଠାରୁ ୩୩୩% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଦିନ ଭିଜିଲାନ୍ସ ବିଭାଗ ପକ୍ଷରୁ ସଞ୍ଜୟ ବେହେରାଙ୍କର ସୁନ୍ଦରଗଡ଼ ଓ ଭଦ୍ରକର ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା।
ସଞ୍ଜୟ ବେହେରା ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭଦ୍ରକ ସହରର ଜଗନ୍ନାଥପୁରରେ ଏକ ଦୁଇ ମହଲା କୋଠା ରହିଛି। ସେହିପରି ଭଦ୍ରକ ଜିଲ୍ଲା ବନ୍ତରେ ତାଙ୍କର ଗୋଟିଏ ଘର ରହିଛି ଯାହା ଏକ ମହଲା ବିଶିଷ୍ଟ।

ତାଙ୍କର ଭଦ୍ରକ ଓ ଯାଜପୁରରେ ୨ଟି ପ୍ଲଟ ଅଛି। ଭଦ୍ରକ ସହରର ଜଗନ୍ନାଥପୁରରେ ଗୋଟିଏ ପ୍ଳଟ ଥିବା ବେଳେ ଯାଜପୁରର ଚନ୍ଦମା ମୌଜାରେ ଆଉ ଗୋଟିଏ ପ୍ଳଟ ଅଛି।
ବ୍ୟାଙ୍କ, ଡାକଘର ଓ ବୀମା ଜମା ବାବଦକୁ ପାଖାପାଖି ୧ କୋଟି ୬୭ ଲକ୍ଷ ଟଙ୍କା ରଖିଛନ୍ତି ସଞ୍ଜୟ। ଚଢ଼ାଉ ସମୟରେ ତାଙ୍କ ଘରୁ ୨୦୦ ଗ୍ରାମର ସୁନାଗହଣା ମିଳିଛି । ତାଙ୍କର ୨ଟି ଦୁଇ ଚକିଆ ଗାଡ଼ି ଥିବା ବେଳେ ୧୦ ଲକ୍ଷ ୫୦ ହଜାର ଟଙ୍କାର ଆସବାପତ୍ର ରହିଛି।

ଏହା ବ୍ୟତୀତ ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ତାଙ୍କର ଦୁଇ ଛୁଆଙ୍କ ଡାକ୍ତରୀ ପଢ଼ା ପାଇଁ ୮୧ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.