ଯାଜପୁରରୋଡ଼ : ମାଲଗାଡି ବଗି ତଳେ ଚାପି ହୋଇ ୪ ଜଣଙ୍କ ମୃତ୍ୟୁ , ୩ ଗୁରୁତର।। ଆହତ ଯାଜପୁରରୋଡ଼ ହସପିଟାଲରେ ଭର୍ତ୍ତି।

0 1,581

ଯାଜପୁରରୋଡ଼ : ୭/୬ (ସତ୍ୟାନ୍ୟୁଜ) ଯାଜପୁରରୋଡ଼ ରେଳ ଷ୍ଟେସନ ନିକଟରେ ଟ୍ରେନ ତଳେ କଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି। ଗୁରୁତର ମାନଙ୍କୁ ଯାଜପୁରରୋଡ଼ ହସପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ରେଳବାଇ ଅଧିକାରୀ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଯାଜପୁରରୋଡ଼ ଷ୍ଟେସନ ନିକଟରେ ବହୁଦିନ ଧରି ମାଲଗାଡିର କେତେକ ବଗି ଛିଡା ହୋଇଥିଲା। ଏହି ବଗି ଗୁଡିକରେ ଇଞ୍ଜିନ ଲାଗି ନଥିଲା। ବୁଧବାର ଅପରାହ୍ନରେ ପ୍ରବଳ ବର୍ଷା ପବନରୁ ରକ୍ଷା ପାଇବାକୁ ୭ ଜଣ ଶ୍ରମିକ ମାଲବାହୀ ବଗି ତଳେ ପଶି ଯାଇଥିଲେ। ହେଲେ ହଠାତ ବଗି ଗୁଡିକ ଗଡ଼ିବାରୁ ଏହା ତଳେ ଚାପି ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନ ୪ଟା ବେଳେ ଯାଜପୁର ରୋଡ ଷ୍ଟେସନରେ ଏହି ଅଘଟଣ ଘଟିଛି। ପ୍ରବଳ ପବନ ଯୋଗୁଁ ବଗି ଗୁଡିକ ଗାଡି ଯାଇଥିବା ଅନୁମାନ କରାଯାଉଛି। ତେବେ ବିନା ଜାମ୍ ରେ ଷ୍ଟେସନ ନିକଟରେ ବଗି ଗୁଡିକ କିପରି ରଖା ଯାଇଥିଲା ତା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଘଟଣା ସ୍ଥଳରେ ଭିଡ଼ ଲାଗି ରହିଥିବା ବେଳେ ଟ୍ରେନ ବଗି ତଳୁ ମୃତକଙ୍କ ଶବ ବାହାର କରିବାକୁ ପଦକ୍ଷେପ ନିଆଯାଉଛି।

Leave A Reply

Your email address will not be published.