ରାଉରକେଲା : ୭/୬ (ସତ୍ୟାନ୍ୟୁଜ) ଡ୍ରଗ୍ସ ବିରୋଧୀ ଅଭିଯାନରେ ରାଉରକେଲା ଅବକାରୀ ବିଭାଗକୁ ମିଳିଛି ଆଉ ଏକ ସଫଳତା। ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ନୂଆଗାଁ ଅଞ୍ଚଳରେ ଚଢ଼ାଉ କରି ୫୫ ଜେଜି ରୁ ଅଧିକ ବେଆଇନ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ବିହାରର ସନ୍ତୋଷ କୁମାର ପ୍ରସାଦ ଟ୍ରେନ ଯୋଗେ ଗଞ୍ଜେଇ ନେଇ ଝାରଖଣ୍ଡ ଯିବାକୁ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ମାନେ ମାଡି ବସିଥିଲେ। ରେଳ ସୁରକ୍ଷା ବଳ ଏହି ଚଢ଼ାଉରେ ସହଯୋଗ କରିଥିଲେ। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ସାଢ଼େ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।