ରାଉରକେଲା : ୬/୬ (ସତ୍ୟାନ୍ୟୁଜ) ରାଉରକେଲା ଓକିଲ ସଂଘ ତରଫରୁ ରାଜ୍ୟର ନବ ନିଯୁକ୍ତ ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ନୂତନ କୋର୍ଟ ପରିସରରେ ଶ୍ରୀ ନାୟକଙ୍କୁ ସ୍ବାଗତ କରାଯାଇଥିଲା। ସର୍ବପ୍ରଥମେ କୋର୍ଟ ପରିସରରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ସାରଦା ମାଲ୍ଯାର୍ପଣ କରିଥିଲେ। ପରେ ଓକିଲମାନେ ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଓକିଲ ସଂଘ ଦ୍ବାରା ମନ୍ତ୍ରୀଙ୍କ ନିକଟରେ କେତକ ଦାବୀ ଉପସ୍ଥାପନ କରାଯାଇଥିଲା। ତନ୍ମଧ୍ୟରେ ନୂଆ କୋର୍ଟ ପରିସରରେ ଥିବା ସେଣ୍ଟ୍ରାଲ ହଲକୁ ଏୟାର କଣ୍ଡିସନିଙ୍ଗ ବା ସେଣ୍ଟ୍ରାଲ ଏସିରେ ପରିବର୍ତ୍ତନ କରିବା, ଲାଇବ୍ରେରୀ ସହିତ ଇଣ୍ଟରନେଟ୍ ସେବା ଯୋଗାଇବା, କୋର୍ଟ ବିଲଡିଂକୁ ସମ୍ପ୍ରସାରଣ କରିବା ପାଇଁ ଦାବି ଉପସ୍ଥାପିତ କରାଯାଇଥିଲା। ମନ୍ତ୍ରୀ ଓକିଲମାନଙ୍କ ଦାବୀକୁ ଅତିଶୀଘ୍ର ପୂରଣ କରାଯିବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଏଥି ସହିତ ଲେଡିଜ୍ କମନ୍ ରୁମ୍ ତିଆରି କରାଯିବକୁ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଓକିଲ ସଂଘର ଅଧ୍ଯକ୍ଷ ପ୍ରଦୀପ ମିଶ୍ର, ସମ୍ପାଦକ ଅବନୀ ପ୍ରଧାନ, ଉପାଧ୍ୟକ୍ଷ ଏମ୍ ମାଲେଶ୍ବରମ୍, କଲଚରାଲ ସମ୍ପାଦକ ପଦ୍ମାନୀ ଦାସ, ସହ-ସମ୍ପାଦକ ହରି ଡୋରା, କୋଷାଧ୍ୟକ୍ଷ ଶ୍ରୀନିବାସ ପଣ୍ଡା, ବରିଷ୍ଠ ଓକିଲ କୈଳାସ ପ୍ରଧାନ , ଚତୁର୍ଭୁଜ ନାୟକ, ସୁଜୟ ପାଣି, ହରିଶ୍ ପ୍ରଧାନ, ସତ୍ଯନାରାୟଣ ମହାପାତ୍ର, ଗିରିଶ୍ ମହାପାତ୍ର, ବିଷ୍ଣୁଲାଲ ଯାଦବ, ଭୀମ ପତି, ବିଜୁ ଦାସ, ମହମ୍ମଦ ରଫିକ୍, ପବିତ୍ର ଦେନଙ୍କ ସମେତ ଅନେକ ବରିଷ୍ଠ ଓକିଲ ଉପସ୍ଥିତ ଥିଲେ। କାର୍ଯ୍ଯକ୍ରମକୁ ଓକିଲ ସଂଘର ସଭାପତି ପ୍ରଦୀପ ମିଶ୍ର ସଞ୍ଚାଳନ କରିଥିଲେ।