ଲହୁଣୀପଡା : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଛାତରୁ ପ୍ଲାଷ୍ଟର ଖସି ମହିଳା ରୋଗୀ ଆହତ।। ୮ ଜଣ ଚିକିତ୍ସାଧୀନ ମହିଳା ରୋଗୀଙ୍କୁ ଅନ୍ୟ ରୁମକୁ ସ୍ଥାନାନ୍ତର।
ଲହୁଣୀପଡା : ୬/୬ (ସତ୍ୟାନ୍ୟୁଜ) ହସପିଟାଲ ଛାତରୁ ପ୍ଲାଷ୍ଟର ଖସି ପଡିବାରୁ ଜଣେ ଚିକିତ୍ସାଧୀନ ମହିଳା ରୋଗୀ ଆହତ ହୋଇଛନ୍ତି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଉକ୍ତ ରୋଗୀଙ୍କ ଗୋଡ଼ ଉପରେ ଛାତ ପ୍ଲାଷ୍ଟର ଖସି ପଡିବାରୁ ସେ ଠିକ ଭାବେ ଚାଲି ପାରୁନାହାନ୍ତି। ପାଖ ବେଡ଼ ରେ ଥିବା ଗର୍ବବତୀ ଏବଂ ବୃଦ୍ଧା ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉକ୍ତ ମହିଳା ବିଭାଗ ଗୃହରେ ରେ ଆଠୋଟି ଶଯ୍ୟା ଥିବା ବେଳେ ଆଠଜଣ ମହିଳା ରୋଗୀ ଚିକିତ୍ସିତ ହେଉଥିଲେ। ସୋମବାର ଦିନ ମଧ୍ୟାନ୍ନ ଭୋଜନ ପରେ ସମସ୍ତ ରୋଗୀ ଶୋଇଥିବା ବେଳେ ବେଡ଼ ନମ୍ବର ୧୪ ,୧୫ ଉପରେ ଛାତରୁ ପ୍ଲାଷ୍ଟର ଖସି ପଡ଼ିଥିଲା । ଫଳରେ ୧୫ ନମ୍ବର ବେଡ଼ରେ ଥିବା ସାବିତ୍ରୀ ମୁଣ୍ଡା ନାମକ ମହିଳାଙ୍କ ଗୋଡ଼ରେ ପଡିବାରୁ ସେ ଆହତ ହୋଇଥିଲେ।
ଏହି ଅଘଟଣ ପରେ ରୁମ ଭିତରେ ଥିବା ରୋଗୀ ମାନଙ୍କୁ ଅନ୍ୟ ରୁମ କୁ ସ୍ଥାନାନ୍ତର କରା ଯାଇଥିଲା। ପ୍ରକାଶ ଥାଉକି ଘଟଣା ଘଟିବା ସମୟରେ ଉକ୍ତ ରୁମ ରେ ୫ ଜଣ ଗର୍ଭବତୀ ମହିଳା ଆଡମିଟ ଥିବାବେଳେ ୨ ଜଣ ବୃଦ୍ଧା ଏବଂ ଜଣେ ମହିଳା ଆଡମିଟ ଥିଲେ। ଏଭଳି ବିପଦ ପୂର୍ଣ୍ଣ ରୁମ ରେ କିଭଳି ଗର୍ଭବତୀ ଏବଂ ଅନ୍ୟ ମହିଳା ଙ୍କୁ ଆଡମିଟ କରାଯାଇ ଚିକିତ୍ସା କରାଯାଉଥିଲା ତା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା କୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।