ରାଉରକେଲା : ଷ୍ଟେସନ ମରାମର୍ଶଦାତା କମିଟିର ବୈଠକ।। ଷ୍ଟେସନର ଉନ୍ନତିକରଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା।
ରାଉରକେଲା : ୬/୬ (ସତ୍ୟାନ୍ୟୁଜ) ରାଉରକେଲା ଷ୍ଟେସନ ମରାମର୍ଶଦାତା କମିଟିର ଏକ ବୈଠକ ଷ୍ଟେସନ୍ ମାଷ୍ଟର ପ୍ରଭାତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବନ୍ଧମୁଣ୍ଡା ଏଆରଏମ୍ ଆର୍ କେ ମହାନ୍ତି, ଏଡିଏନ୍ ତୁଷାର ରକିତ୍, ସିଆଇ ଡିପି କିସାନ, ପରିଷଦ ସୁପରଭାଇଜର ଜୟ ମୁଖାର୍ଜୀ, ଆରପିଏଫ ଇନଚାର୍ଜ ଶିବ ଲହରୀ ମିଣା, ଜିଆରପି ଇନଚାର୍ଜ ରେଶମା ଏକ୍କା, ଷ୍ଟେସନ ପରାମର୍ଶଦାତା କମିଟିର ସଦସ୍ୟ ଅମିତାଭ ସାମଲ, ସୁଧାଂଶୁ ପତି, ବସନ୍ତ ଦାସ, ସତ୍ଯାନନ୍ଦ ବେହେରାଙ୍କ ସମେତ ରାଉରକେଲା ମହାନଗର ନିଗମ ଡେପୁଟି କମିଶନର ନରେନ୍ଦ୍ର ପ୍ରଧାନ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ସର୍ବପ୍ରଥମେ ବାଲେଶ୍ବର ବାହାନଗାରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ୫ ନମ୍ବର ପ୍ଲାଟଫର୍ମରେ ବନ୍ଦ୍ ରହିଥିବା ରିଜର୍ଭେସନ କାଉଣ୍ଟରକୁ ପୁନର୍ବାର ଚାଲୁ କରିବା, ରାଉରକେଲା ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ପଥକୁ ବିକାଶ କରିବା ସହିତ ପ୍ଲାଟଫର୍ମ ନମ୍ବର ୪ ଓ ୫ ଉପରେ ସେଡ଼ ତିଆରି କରିଵା, ଷ୍ଟେସନରେ ଲାଗିଥିବା ଏକ୍ସଲେଟର ବିଜୁଳି ଚାଲିଯାଉଥିବା ସମୟରେ ବନ୍ଦ୍ ହୋଇଯାଉଥିବାରୁ ସେଗୁଡିକୁ ପୂର୍ଣ୍ଣ ଅଟୋମେଟିକ୍ କରିବା ସହିତ ଜେନେରେଟର ଲଗାଇ ଯୋଡିବା, ମହିଳା ବିଶ୍ରାମ ଗୃହର ନିର୍ମାଣ କରିବା ସହିତ ସେଠାରେ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା, ରାତ୍ରି ସମୟରେ ବୁଲା ବିକାଳି ବା ଫେରି କରୁଥିବା ଲୋକମାନେ ଷ୍ଟେସନ ପରିସରରେ ବିଶ୍ରାମ ନେଉଥିବାରୁ ତାଙ୍କ ପାଇଁ ଅଲଗା ସେଡ୍ କରି ସେମାନଙ୍କୁ ସେଠାରେ ବିଶ୍ରାମ ପାଇଁ ଅନୁମତି ଦେବା ସହିତ ଷ୍ଟେସନ୍ ପରିସରକୁ ଖାଲି ରଖିବା, ବାତାବରଣ ସ୍ବଚ୍ଛ ରଖିବା ସହିତ ଷ୍ଟସନ ପରିସରକୁ ସ୍ବଚ୍ଛ ଓ ସୁନ୍ଦର ରଖିବା, ପ୍ଲାଟଫର୍ମ ନମ୍ବର ୪ ଓ ୫ରେ ପିଇବା ପାଣିର ସମ୍ପୂର୍ଣ୍ଣ ବ୍ଯବସ୍ଥା କରିବା ଇତ୍ୟାଦି ବାବଦରେ ଆଲୋଚନା ହୋଇଥିଲା।