ସୁନ୍ଦରଗଡ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଚଢ଼ାଉରେ ୭ଟି ଟିମ୍ ସାମିଲ।
ସୁନ୍ଦରଗଡ଼ : ୬/୬ (ସତ୍ୟାନ୍ୟୁଜ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୁନ୍ଦରଗଡ଼ ଡିଭିଜନ ର ହେମଗିରି ଉପଖଣ୍ଡର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା ଙ୍କ ଘର ଅଫିସ ସମେତ ୭ଟି ସ୍ଥାନରେ ଏକ କାଳୀନ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ସୁନ୍ଦରଗଡ଼ କେନ୍ଦୁପଡ଼ା ସ୍ଥିତ ଭଡା ଘର , ଲେଫ୍ରିପଡ଼ା ସ୍ଥିତ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଡିଭିଜନ ଅଫିସ ରେ ଚଢ଼ାଉ ଚାଲିଛି। ଏହା ସହ ଭଦ୍ରକ ସହର ମଧ୍ୟରେ ଥିବା ଦୁଇ ମହଲା ବାସଭବନ, ଭଦ୍ରକ ଜିଲ୍ଲା ବନ୍ତ ଠାରେ ଥିବା ପୈତୃକ ବାସଭବନ, ଭଦ୍ରକ ଜିଲ୍ଲା ତିହିଡି ଥାନା ସିନ୍ଦୋଲ ସ୍ଥିତ ଶ୍ବଶୁର ଘର ଚାଲିଛି ଚଢ଼ାଉ। ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଲେଫ୍ରିପଡା ଅଫିସ ପରିସର ରେ ଥିବା ସରକାରୀ ବାସଭବନ ରେ ମଧ୍ୟ ଏକ କାଳୀନ ଚଢାଉ ଜାରି ରହିଛି। ଏହି ଭିଜିଲାନ୍ସ ଚଢାଉ ରେ ସାତ ଟି ଟିମ୍ ସାମିଲ ଅଛନ୍ତି। ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ମଙ୍ଗଳବାର ସକାଳୁ ଏହି ଚଢାଉ ଆରମ୍ଭ ହୋଇଥିବା ବେଳେ କେତେ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ରହିଛି ଜଣା ପଡିନାହିଁ ।