ମୟୁରଭଞ୍ଜ : ରାଇରଙ୍ଗପୁର ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଗଣ ଧାରଣା ଆରମ୍ଭ।। ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା।
ମୟୁରଭଞ୍ଜ : ୫/୬ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାମୁହିକ ଗଣ ଧାରଣା ଆରମ୍ଭ ହୋଇଛି।ମୟୂରଭଞ୍ଜ ଜିଲ୍ଲା ଦୃଷ୍ଟିରୁ ସବୁ ଜିଲ୍ଲା ତୁଳନାରେ ବଡ। ଏଣୁ ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ବହୁଦିନରୁ ହୋଇଆସୁଛି। ଏ ବାବଦରେ ସର୍ବଦଳୀୟ ବୈଠକ ଡକାଯାଇ ସମସ୍ତଙ୍କର ସହମତି ନିଆଯାଇଛି। ରାଇରଙ୍ଗପୁର ନୂତନ ଜିଲ୍ଲା ହେଲେ ଲୋକମାନଙ୍କୁ ଛୋଟ ଛୋଟ କାର୍ଯ୍ୟରେ ବାରିପଦା ଯିବାକୁ ପଡିବନାହିଁ। ସ୍ୱତନ୍ତ୍ର ଜିଲ୍ଲା ଗଠନ ହେଲେ ଏହି ଅଞ୍ଚଳବାସୀ ଯଥେଷ୍ଟ ପରିମାଣରେ ଉପକୃତ ହେବେ। ଏଥିପାଇଁ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟୀ ସାମୁହିକ ଗଣ ଧାରଣାର ଡାକରା ଦେଇଛନ୍ତି। ଯେତେ ଦିନ ପର୍ଯ୍ୟନ୍ତ ରାଇରଙ୍ଗପୁର ଜିଲ୍ଲା ଗଠନ ନ ହୋଇଛି, ସେତେ ଦିନ ପର୍ଯ୍ୟନ୍ତ ଏହି ଧାରଣା ଚାଲୁରହିବ ବୋଲି ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସଭାପତି ଅକ୍ଷୟ କୁମାର ମହାନ୍ତି କହିଛନ୍ତି। ଏ ବାବଦରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ଆଜି ଆରମ୍ଭ ହୋଇଥିବା ଧାରଣା କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ପ୍ରହଲ୍ଲାଦ ପୂର୍ତ୍ତୀ,ନବୀନ ରାମ,ମଣ୍ଟୁ ଦାସ,ଦିପ୍ତିମାନ ବଳ,ପ୍ରଭାସ କବି,ମନୋରଂଜନ ମହାନ୍ତି,କିଶୋର କୁମାର ରଜକ,ବିଜୟ କୁମାର ରାମ,କାଳିପ୍ରସନ୍ନ ମହାନ୍ତି,ବାପି ଦାସ,ସଂଜୀବ ଲେଙ୍କା,ଦୟାନିଧି ମହାକୁଡ,ବୀରକଶୋର ମହାପାତ୍ର,ଅନୱର ହୁସେନ,ରଣଜିତ କୁମାର ରାଉଳ ପ୍ରମୁଖ ସହ ବୈଦ୍ୟୁତିକ ଓ ଛାପକଳର ସାମ୍ବାଦିକ ମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ। ଏହା ମାଟି ମାର କଥା ତଥା ସାମୁହିକ କଲ୍ୟାଣକାରୀ ବିଷୟବସ୍ତୁ ହୋଇଥିବାରୁ, ରାଇରଙ୍ଗପୁର ନୂତନ ଜିଲ୍ଲା ହେଉ ବୋଲି ସର୍ବସାଧାରଣରେ ଚର୍ଚ୍ଚା ଚାଲିଛି | ଏହିଭଳି ଜନାଭିମୁଖୀ କାର୍ଯ୍ୟକ୍ରମ ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକରେ ହେବା ଦରକାର ବୋଲି ବରିଷ୍ଠ ନାଗରିକ ମନୋରଂଜନ ମହାନ୍ତି କହିଥିଲେ।