ରାଉରକେଲା : ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ।। ରାଜ୍ୟ ତଥା ସହରକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଶପଥ ପାଠ।
ରାଉରକେଲା : ୫/୬ (ସତ୍ୟାନ୍ୟୁଜ) ରାଉରକେଲା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ବଣାଇ ବନ ବିଭାଗ ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଜୁ ପାର୍କ ଠାରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା।
ସେହିପରି ରାଉରକେଲା ସିଭିକ ସେଣ୍ଟର ଠାରେ ବିଶ୍ୱ ପରିବେଶ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା। ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକ ସେମିନାରର ଅୟୋଜନ କରା ଯାଇଥିଲା। ରାଜ୍ୟ ତଥା ସହରକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଶପଥ ପାଠ କରାଯାଇଥିଲା। ଏହାଛଡା ଅଧିକରୁ ଅଧିକ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସିଆରପିଏଫ ୧୯ ବାଟାଲିଅନ ପକ୍ଷରୁ ନକ୍ସଲ ପ୍ରଭାବିତ ଅଞ୍ଚଳ ନୂଆପଡା ଜିଲ୍ଲାର ବୋଡେ଼ନ ଥାନା ଅଞ୍ଚଳରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା ଉପରେ ଶପଥ ପାଠ କରାଯାଇଥିଲା।