ରାଉରକେଲା : ନକଲି ଜି ଏସ୍ ଟି ପଞ୍ଜିକରଣ ବିରୁଦ୍ଧରେ ଆରମ୍ଭ ହେଲା ସଚେତନତା କାର୍ଯ୍ୟକ୍ରମ।। ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ବୁଲିବ ସଚେତନତା ରଥ

0 866

ରାଉରକେଲା : ୨/୬ (ସତ୍ୟାନ୍ୟୁଜ) ନକଲି ଜି ଏସ୍ ଟି ପଞ୍ଜିକରଣ କରି କୋଟି କୋଟି ଟଙ୍କା ଠକେଇ ହେଉଛି। ଏହି ଜିଏସଟି ଠକଙ୍କ ହାବୁଡ଼ରେ ପଡ଼ି
ହଇରାଣ ହରକତ ହେଉଥିବା ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଶୁକ୍ରବାର ଠାରୁ ରାଉରକେଲାରେ ଆରମ୍ଭ ହୋଇଛି ଜିଏସଟି ସଚେତନତା କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଏକ ସଚେତନତା ରଥ ଆଜିଠାରୁ ୨ ମାସ ପର୍ଯ୍ୟନ୍ତ ସହର ପରିକ୍ରମା କରିବ। ଚାକିରି କରିବା ପାଇଁ ନିଜ ଆଧାର କାର୍ଡ, ରାସନ୍ କାର୍ଡ ଠାରୁ ଆରମ୍ଭ କରି ନିଜ ର ସମସ୍ତ ପରିଚୟ ପତ୍ର ଦେଇ ଜିଏସଟି ଠକ ଙ୍କ ହାବୁଡ଼ରେ ନ ପଡ଼ିବା ପାଇଁ ବିଭାଗ ପକ୍ଷରୁ ସହରର ଆଖପାଖ ଅଞ୍ଚଳରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବୁଲିବ ଏହି ସଚେତନତା ରଥ। ଜାତୀୟ ତଥା ରାଜ୍ୟ ସ୍ତରରେ ମେ ମାସ ୧୬ ତାରିଖ ଠାରୁ ଜୁଲାଇ ୧୫ତାରିଖ ପର୍ଯ୍ୟନ୍ତ ଦୀର୍ଘ ଦୁଇମାସ ଧରି ଏହି ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଠାରୁ ରାଉରକେଲା ଜିଏସଟି କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇଛି ସଚେତନତା ରଥ। ଏହି ଉପଲକ୍ଷେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଉରକେଲା ଟ୍ୟାକ୍ସ ବାର ଆସୋସିଏସନ୍, ରାଉରକେଲା ଚାମ୍ବର ଅଫ କମର୍ସ ଓ ଜିଏସଟି ବିଭାଗ ର ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ଏହି ସଚେତନତା ରଥ କାର୍ଯ୍ୟକ୍ରମ।

Leave A Reply

Your email address will not be published.