ରାଉରକେଲା : ୨/୬ (ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନରୁ ଜବତ ହୋଇଛି ୨ ଲକ୍ଷ ୩୦ ହଜାର ଟଙ୍କାର ବେଆଇନ ଗଞ୍ଜେଇ। ଓଡ଼ିଶାର ଜୟପୁରରୁ ପ୍ରାୟ ରୁ ୨୧ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ କୋଲକତା ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଛି ଏହି ଗଞ୍ଜେଇ ଚାଲାଣ କାରୀ। ଉତ୍ତରପ୍ରଦେଶ ଆଜମଗଡ଼ର ଏହି ଡ୍ରଗ୍ସ ବେପାରୀ ଭିକି କୁମାର ଜରି ପ୍ୟାକେଟ କରି ଟ୍ରେନରେ ଏହି ଗଞ୍ଜେଇ ଚାଲାଣ କରୁଥିଲା। ଅବକାରୀ ବିଭାଗ ଏବଂ ରେଳ ସୁରକ୍ଷା ବଳ ଷ୍ଟେସନରେ ପେଟ୍ରୋଲିଂ କରୁଥିବା ବେଳେ ଭିକି ର ଗତିବିଧି ଉପରେ ସନ୍ଦେହ କରିଥିଲେ। ପରେ ତାର ବ୍ୟାଗ ସର୍ଚ୍ଚ କଲା ପରେ ଗଞ୍ଜେଇ ଥିବା ଜଣାପଡିଥିଲା। ରାଉରକେଲା ଅବକାରୀ
ବିଭାଗ ପକ୍ଷରୁ ଭିକି କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।